ସଡ଼କ ସୁରକ୍ଷା ସଚେତନତା ବାର୍ତା ବାଣ୍ଟିଲେ ଛାତ୍ରଛାତ୍ରୀ


ବେଲଗୁଣ୍ଠା, 12/04, ସଡ଼କ ସୁରକ୍ଷା ନିୟମକୁ ଯୁବ ଗୋଷ୍ଠୀ ଉଲ୍ଲଂଘନ କରି ଅକାଳ ମୃତ୍ୟୁ ମୁଖରେ ପଡୁଥିବା ବେଳେ ଏହାକୁ ମର୍ମେ ମର୍ମେ ହୃଦୟଙ୍ଗମ କରିଛନ୍ତି ଗାଙ୍ଗପୁର ପଂଚାୟତ ଅନ୍ତର୍ଗତ ବୋରୀ ଗ୍ରାମର ଟ୍ୟାଲେଣ୍ଟ୍ ହଣ୍ଟ୍ ଇଣ୍ଟିଗ୍ରାଲ୍ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀ I ଆଜି ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ଏକ ଶୋଭାଯାତ୍ରାରେ ବାହାରି ବୋରୀ, ବିଞ୍ଝଗିରି ଏବଂ କୁମୁଣ୍ଡି ଗ୍ରାମରେ ପରିକ୍ରମା ସାହିତ ସଡକ ସୁରକ୍ଷାର ସଚେତନ ବାର୍ତ୍ତା ପ୍ରଦାନ କରିଥିଲେ I ବିଶେଷ କରି ଦ୍ରୁତ ଗାଡ଼ି ଚାଳନା ନକରିବା, ଗାଡ଼ି ଚାଳନା ସମୟରେ ହେଲମେଟ୍ ପିନ୍ଧିବା, ମଦ ପିଇ ଗାଡି ନଚଳାଇବା ,ଗାଡ଼ି ଚାଳନା ସମୟରେ ମୋବାଇଲ୍ ବ୍ୟବହାର ନକରିବା ଏବଂ ଟ୍ରାଫିକ୍ ନିୟମ ମାନିବା ସମ୍ପର୍କରେ ସଚେତନ କରିଥିଲେ I ଅନୁଷ୍ଠାନ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ବିଷୋୟୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠାନର ଶିକ୍ଷୟିତ୍ରୀ ରାଗିଣୀ ବିଷୋୟୀ,ବର୍ଷାରାଣୀ ବିଷୋୟୀ,ରଚନା ବିଷୋୟୀ,ଶିକ୍ଷକ କୁମରେଶ୍ୱର ପରିଡ଼ା,ନଗରୀ ବିଷୋୟୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ଅନୁଷ୍ଠାନ ସମ୍ପାଦିକା ଲକ୍ଷ୍ମୀବାଳା ଗୁରୁ ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ I କୁନି କୁନି ଛାତ୍ରଛାତ୍ରୀଙ୍କ ଦ୍ୱାରା ଅନୁଷ୍ଠିତ ଏହିଭଳି ସଚେତନତା ମୂଳକ କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ଉଚ୍ଚ ପ୍ରଶଂସା କରିଛନ୍ତି I
ଫଟୋ