Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିକାଶ ର ବାଟ ଖୋଜୁଛି କୁଟିଆ କନ୍ଦ ଗାଁ ଟୁରିସିମେଲ ; ସବୁ ଯୋଜନା ବାଟବଣା, ପୋଡ଼ୁ ଚାଷ ଓ ଚୁଆଁ ପାଣି ଭରସା 

କଳାହାଣ୍ଡି, ୧୭/୦୩ (ଜଗନ୍ନାଥ ନାଏକ) : ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ନାନାଦି ଯୋଜନା କରି ଆଦିବାସୀଙ୍କ ଜୀବନ ଧାରାରେ ବଡ଼ ପରିବର୍ତ୍ତନ ଆଣିଥିବା କଥା କହୁଛନ୍ତି। କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ ଏବେବି ଅନେକ ଆଦିବାସୀ ବହୁଳ ଗାଁର ଲୋକମାନେ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଜାଣି ନାହାନ୍ତି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ମାଳିଯୁବାଙ୍ଗ ଗ୍ରାମ ପଞ୍ଚାୟତର ଅନ୍ତର୍ଗତ ଟୁରିସିମେଲ ହେଉଛି ସେଭଳି ଏକ ଗାଁର ଅନ୍ୟତମ ଉଦାହରଣ।ଏହି ଟୁରିସିମେଲ ଗାଁ ଲାଞ୍ଜିଗଡ଼ ବ୍ଳକ ମହକୁମା ଠାରୁ ୪୫ କିମି ଦୂର ହୋଇଥିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ୧୫ କିମି ଦୂରରେ ଅବସ୍ଥିତ। ଏହି ଗାଁ ହାରାହାରି ୧୦୦ ବର୍ଷରୁ ହେଲାଣି ୪୦ ରୁଉର୍ଦ୍ଧ ଆଦିବାସୀ ପରିବାର ବସବାସ କରୁଛନ୍ତି। ଏହି ଗାଁର ମୁଖ୍ୟ ସମସ୍ୟା ହେଉଛି ଗମନା ଗମନ, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ବିଜୁଳି ଓ ଗମନା ଗମନ ନଥିବାରୁ ଗ୍ରାମବାସି ନାନା ଅସୁବିଧା ଭୋଗୁଛନ୍ତି ।ଗର୍ଭବତୀଙ୍କୁ ବା ଗୁରୁତର ରୋଗୀଙ୍କୁ ଖଟିଆରେ ୫ କିମି ବୋହି କି ମୁଖ୍ୟ ରାସ୍ତା ପୁଇଗୁଡ଼ାକୁ ନେବାକୁ ପଡିଥାଏ l ଶିକ୍ଷା କଥା କହିଲେ ଗାଁରେ ପ୍ରାଥମିକ ବିଦ୍ୟାଳୟ ଅଛି କିନ୍ତୁ ଗାଁରୁ ସ୍କୁଲକୁ ଯିବାକୁ ରାସ୍ତା ଖଣ୍ଡିଏ ମଧ୍ୟ୍ୟ ନଥିବାରୁ ନିୟମିତ ସ୍କୁଲ ଆସୁନାହାନ୍ତି ଶିକ୍ଷକ ଯାହା ଫଳରେ ଗାଁ ପିଲା ପାଠ ପଢ଼ାରୁ ବଞ୍ଚିତ ହୋଇ ରହିଛନ୍ତି l ଗାଁରେ ଗୋଟିଏ ନଳକୁଅ ରହିଥିବା ବେଳେ ହାରାହାରି ୫ ବର୍ଷ ହେଲା ଅଚଳ ହୋଇ ରହିଛି ଫଳରେ ଗାଁ ନିକଟସ୍ଥ ଝରଣାରେ ଏକ ଚୁଆଁ କରି ସେହି ଖୋଲା ଆକାଶ ରେ ଥିବା ପାଣିକୁ ପାଇପ ଯୋଗେ ଗାଁରେ ସଂଯୋଗ କରି ସେହି ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି। ରାସ୍ତା ଅଧପନ୍ତରିଆ କାରଣରୁ ସରକାରୀ କର୍ମଚାରୀ ମାନେ ଉକ୍ତ ଅଞ୍ଚଳର ଦୁଃଖସୁଖ ବୁଝିବାକୁ ଇଛା ପ୍ରକାଶ କରୁ ଥିଲେ ମଧ୍ୟ୍ୟ ଗାଁକୁ ଯିବାକୁ ଇଛା ପ୍ରକାଶ କରନ୍ତି ନାହିଁ । ଗାଁ ରେ ଅଙ୍ଗନବାଡି କେନ୍ଦ୍ର ନଥିବାରୁ ନିୟମିତ ଅଙ୍ଗନବାଡି ମଧ୍ୟ୍ୟ ରହୁ ନାହାନ୍ତି ଯାହାଫଳରେ ଅନେକ କୋମଳ ମତି ଶିଶୁ ମାନେ ଅପପୃଷ୍ଟିରେ ଶିକାର ହେଉଛନ୍ତି ବୋଲି ଗ୍ରାମ ବାସି ମତପ୍ରକାଶ କରିଛନ୍ତି । ଅନ୍ୟପକ୍ଷେ ବିଜୁଳି ଆଲୁଅ ଏହି ଗାଁ ପାଇଁ ସାତ ସପନ ହୋଇଛି ଗାଁରେ ଆଜକୁ ଅନେକ ବର୍ଷ ବିତିଯାଇଥିଲେ ମଧ୍ୟ୍ୟ ବିଜୁଳି ମଧ୍ୟ ସଂଯୋଗ ହୋଇ ପାରିନାହିଁ ଗାଁ ସମସ୍ୟାକୁ ନେଇ ପଞ୍ଚାୟତ, ବ୍ଳକ ଓ ଜିଲ୍ଲାପାଳ ଅଭିଯୋଗ ଶୁଣାଣିରେ ମଧ୍ୟ୍ୟ ବାରମ୍ବାର ଲିଖିତ ଅଭିଯୋଗ ହୋଇଛି ହେଲେ କୌଣସି ଅଧିକାରୀ ସେମାନଙ୍କ ଦୁଃଖ ବୁଝୁନାହାନ୍ତି l ରାସ୍ତା ସମ୍ପୂର୍ଣ ଭାବେ ନିର୍ମାଣ ହେଲେ ଗାଁର ଅନ୍ୟ ସମସ୍ୟା ମଧ୍ୟ ସମାଧାନ ହୋଇ ପାରିବ ବୋଲି ସାନୁ ମାଝୀ, ମାଳି ମାଝୀ, ପୁଙ୍ଗାରା ମାଝୀ, ଘାସି ମାଝୀ, ରୁପା ଦେଇ, ସୁରେଖା ନାଏକ ଗଣମାଧ୍ୟମ ପ୍ରତିନିଧି ସମ୍ମୁଖରେ ପ୍ରକାଶ କରିଥିଲେ। ଏଣୁ ଯଥା ଶୀଘ୍ର ଏହି ଗାଁ ସମସ୍ୟା ପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି