କଳାହାଣ୍ଡି, ୧୭/୦୩ (ଜଗନ୍ନାଥ ନାଏକ) : ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମିଳନୀରେ ଜିଲାପାଳ ପି ଅନ୍ବେଷା ରେଡି ଆସନ୍ତା ସାଧାରଣ ନିର୍ବାଚନରେ ନିର୍ବାଚନ କିପରି ପରିଚାଳନା କରାଯିବ ସେ ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ । ଜିଲ୍ଲାରେ ମୋଟ ଭୋଟର ସଂଖ୍ୟା 1199308 ଜଣ. 1410 ଗୋଟି ଭୋଟ ଗ୍ରହଣ କେନ୍ଦ୍ର ରହିଛି. ମୋଟ ଭୋଟର ମଧ୍ୟରୁ 18 ରୁ 19 ବର୍ଷ ର 34688 ଜଣ ଭୋଟର, ସର୍ଭିସ ଇଲେକଟ୍ରୋ ଭୋଟର 878 ଜଣ ଥିବା ବେଳେ 20 ରୁ 29 ବର୍ଷ ଭୋଟର ସଂଖ୍ୟା. ମେ 13 ତାରିଖରେ ଚତୁର୍ଥ ପର୍ଯ୍ୟାୟରେ କଳାହାଣ୍ଡିର ଲୋକସଭା ଓ 5 ଗୋଟି ବିଧାନସଭା ନିର୍ବାଚନ ହେବାକୁ ଯାଉଛି. ଲୋକସଭା ପାଇଁ ଜିଲାପାଳ କଳାହାଣ୍ଡି ଙ୍କ ଠାରେ ପ୍ରାର୍ଥୀପତ୍ର ଦାଖଲ କରାଯିବ । ବିଧାନସଭା 5 ଟି ମଧ୍ୟରୁ ଭବାନୀପାଟଣା ର ପାର୍ଥି ପତ୍ର ଉପ ଜିଲ୍ଲାପାଳ
ଭବାନୀପାଟଣା ଠାରେ ଗ୍ରହଣ କରାଯିବ । ସେହିପରି ନର୍ଲା ର ପ୍ରାର୍ଥୀପତ୍ର ଜିଲା ପରିଷଦ କାର୍ଯ୍ୟାଳୟ ଠାରେ, ଲାଞ୍ଜିଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଏ ଡି ଏମ୍ ଜିଲାପାଳଙ୍କ ଠାରେ ନାମାଙ୍କନ ପତ୍ର ଦାଖଲ କରିବେ ପିଙ୍କ ବୁଥ୍ 90 ଗୋଟି ରହିଛି । ସାମ୍ବାଦିକ ସମ୍ମିଳନୀରେ ଜିଲାପାଳ ସମେତ ଏସ ପି, ଉପ ଜିଲ୍ଲାପାଳ ଭବାନିପାଟଣା ପ୍ରମୂଖ ଉପସ୍ଥିତ ଥିଲେ । ପୋଲିସ କର୍ମଚାରୀ ନିର୍ବାଚନ ଟ୍ରେନିଂ ରେ ଅଛନ୍ତି । ନିର୍ବାଚନ ରେ କେତେ ପୋଲିସ୍ କର୍ମଚାରୀ ନିଯୁକ୍ତି ହେବେ ପରବର୍ତ୍ତୀ ସମୟରେ ସୂଚନା ଦିଆଯିବ ବୋଲି କହିଥିଲେ ।