Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରିପିଟ ହୋଇପାରେ ନର୍ଲା ବିଧାନସଭା ଆସନ ?

କଳାହାଣ୍ଡି, ୨୫/୦୩ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ର ପାଞ୍ଚଟି ବିଧାନସଭା ଆସନ ମଧ୍ୟରୁ ନର୍ଲା ଆସନ ଟି ଦୀର୍ଘ ଦୁଇ ମାସ ଧରି ନର୍ଲା ରୁ ରାଜଧାନୀ ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଆସୁଥିଲା ,ଏବଂ ବିଜେଡି ଦଳର ଆଶାୟୀ ପ୍ରାର୍ଥୀ ଙ୍କ ତାଲିକା ବହୁତ ଲମ୍ବା ଥିବାରୁ ଅଙ୍କ ଛିଣ୍ଡିବାରେ ଦଳୀୟ ସୁପ୍ରିମୋ ଙ୍କ ପ୍ରତି ସମସ୍ୟା ସୃଷ୍ଟି କରିଆସୁଥିଲା ,କିନ୍ତୁ ଆଜି ରାଜଧାନୀରେ ବିଜେଡି ଦଳ ପକ୍ଷରୁ ଆଜି ଦିନ ୧୦, ଘଣ୍ଟା ସମୟରେଏକ ଗୁରୁତ୍ଵ ପୂର୍ଣ୍ଣ ମାନସ ମନ୍ଥନ ବୈଠକ ଅନୁଷ୍ଠିତ ହୋଇଯାଇଛି ଏଥିରେ ଜିଲ୍ଲାର ଅନେକ ହେବିୱେଟ ନେତା ଓ ରାଜ୍ୟ ସ୍ତରର ପଦାଧିକାରୀ,ଙ୍କୁ ନେଇ କସରଥ ଆରମ୍ଭ ହୋଇଥିବା ସୂଚନା ମିଳିଛି ଏଥିରେ ଜିଲ୍ଲା ର ଅନେକ ଆଶାୟୀ ପ୍ରାର୍ଥୀ ଏବଂ ସ୍ଥାନୀୟ ପ୍ରାଥିତ୍ଵ ଦାବେ ଦାର୍ ଙ୍କୁ ଙ୍କୁ ବାଦ୍ ଦେଇ କଳାହାଣ୍ଡି ଜିଲ୍ଲା ର ନର୍ଲା ବିଧାୟକ ଭେଟରାନ ରାଜ ନେତା ଭୂପିନ୍ଦର ସିଂ ,ଓଡ଼ିଶା ରାଜନୀତି ଜଗତର ଚାଣକ୍ୟ ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ତାଙ୍କ ଟିକେଟ ପୁଣି ନର୍ଲା ଆସନ ପାଇଁ ଏକ ପ୍ରକାର ସୁନିଶ୍ଚିତ କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ଅଜିତ ମିଶ୍ର ଥିବା ବିଶ୍ଵସ୍ଥ ସୂତ୍ରରୁ ଜଣାପଡିଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ