Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

କଂଗ୍ରେସ ଠାରୁ ଦୂରେଇ ଯାଉଛନ୍ତି ପାରମ୍ପରିକ ଭୋଟର

ଧର୍ମଗଡ଼, ତା ୩୦/୩-ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି। ରାଜନୈତିକ ଦଳ ପକ୍ଷରୁ ରାଜନୈତିକ କସରତ ଆରମ୍ଭ ହୋଇଛି। ଏହି ଖେଳରେ ସର୍ବାଗ୍ରେ ବିଜେଡି ରହିଛି। ଲୋକସଭା ସହ ଅର୍ଦ୍ଧାଧିକ ବିଧାନସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା ସରିଛି। ବିଜେପି କେବଳ ଲୋକସଭା ପ୍ରାର୍ଥୀ ଘୋଷଣା କରି ବିଧାନସଭା ଚିତ୍ର ଅସ୍ପଷ୍ଟ ରଖିଛି। ଏହି କ୍ଷେତ୍ରରେ କିନ୍ତୁ କଂଗ୍ରେସ ସବୁଠାରୁ ପଛରେ ରହିଛି।‌ ନା ରାଜ୍ୟର କୌଣସି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ନା ବିଧାନସଭା ସଭା ଆସନ ପାଇଁ। ଜିଲ୍ଲାର ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଆସନ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପକ୍ଷରୁ ଜିଲ୍ଲା ସଭାପତି ତଥା ପୁଷ୍ପେନ୍ଦ୍ର ସିଂହଦେଓଙ୍କ ଉପରେ ପୁର୍ନବାର ଆସ୍ଥା ପ୍ରକଟ କରିଛି। ୧୯୯୬ରୁ ଧର୍ମଗଡ଼ ବିଧାନସଭା ଆସନ ଜନତା ଦଳ ଏବଂ ପରବର୍ତ୍ତୀ ସମୟରେ ବିଜୁଜନତା ଦଳ ହାତରେ ରହିଛି। ୧୯୯୬ରେ ଜନତା ଦଳରୁ ସ୍ଵର୍ଗତ ବୀର ସିପକା ୪୨% ପ୍ରତିଶତ ଭୋଟ ପାଇଥିଲେ। ପରବର୍ତ୍ତୀ ସମୟରେ ତାହା କମି କମି ୩୫-୩୬%ରେ ସୀମିତ ରହିଛି। ବିଗତ ପାଞ୍ଚଟି ନିର୍ବାଚନକୁ ଦେଖିଲେ ଜଣାପଡ଼ୁଛି ବିଜେଡିର ଭୋଟ ହାର ସ୍ଥିର ଥିବାବେଳେ ବିଜେପିର ଭୋଟ ହାର କ୍ରମଶଃ ବଢ଼ିବାରେ ଲାଗିଛି। କିନ୍ତୁ କଂଗ୍ରେସର ଭୋଟ ହାର ଲଗାତାର କମିବାରେ ଲାଗିଛି। କେବଳ ୨୦୧୯କୁ ଛାଡିଦେଲେ କଂଗ୍ରେସର ଭୋଟ ହାର ୧୮-୨୦ପ୍ରତିଶତ ରହିଛି। ପ୍ରଥମ ଥର ପାଇଁ ୨୦୧୯ରେ ଏହା ୨୦ପାର ହୋଇ ୨୨%ଛୁଇଛି। ଦଳିତ ମାନଙ୍କୁ କଂଗ୍ରେସର ପାରମ୍ପରିକ ଭୋଟର ବିବେଚନା କରାଯାଉଥିବାବେଳେ ସେମାନଙ୍କ ପ୍ରତି ବିଭିନ୍ନ କ୍ଷେତ୍ରରେ ଅବହେଳା କରୁଥିବା ଅଭିଯୋଗ‌ ହେଉଛି। କ’ଣ ଏଥିପାଇଁ ପାରମ୍ପରିକ ଭୋଟର କୁହାଯାଉଥିବା ଦଳିତମାନେ କ’ଣ କଂଗ୍ରେସ ଠାରୁ ଦୂରେଇ ଯାଉଛନ୍ତି କି?ଯୋଉଥି ପାଇଁ କଂଗ୍ରେସର ଭୋଟ ହାର କମିବାରେ ଲାଗିଛି?ନା ଏହି ଆସନ ପାଇଁ କଂଗ୍ରେସର ଲଗାତାର ପରୀକ୍ଷା ନିରୀକ୍ଷା ସେମାନଙ୍କୁ କଂଗ୍ରେସ ଠାରୁ ଦୂରେଇ ରଖୁଛି। ସୀମା ନିର୍ଦ୍ଧାରଣ ପୂର୍ବରୁ ଏହି ଆସନ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଥିଲା। ସୀମା ନିର୍ଦ୍ଧାରଣ ପରେ ଏହା ସଂରକ୍ଷଣ ଉଠିଯାଇଛି। ତେବେ ସେ ଭୋଟ କାହା ସପକ୍ଷରେ ଯାଉଛି? ଚଳିତ ନିର୍ବାଚନରେ କଂଗ୍ରେସରୁ ଅନେକ ଆଶାୟୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ ବିଗତ ଦିନର ପ୍ରାର୍ଥୀ ଦିଗାମ୍ବର ଦୂରିଆ ଏବଂ ରଶ୍ମିରେଖା ରାଉତଙ୍କ ନାମ ଚର୍ଚ୍ଚାରେ ରହିଛି। ଦିଗାମ୍ବର ଗତ ନିର୍ବାଚନରେ ୪୨ହଜାର ଭୋଟ (୨୨%)ପାଇ ତୃତୀୟ ସ୍ଥାନରେ ରହିଥିଲେ। ଦିଗାମ୍ବରଙ୍କ ସହ ପାରମ୍ପରିକ ଭୋଟ ଯୋଡି ହେବା ଦ୍ବାରା ଭୋଟ ହାର ୨୨ ପ୍ରତିଶତ ଛୁଇଁଥିବା ଆକଳନ । ନିର୍ବାଚନ ପରଠାରୁ ଶ୍ରୀ ଦୂରିଆ ବିଭିନ୍ନ ସଙ୍ଗଠନ ମାଧ୍ୟମରେ ଲୋକଙ୍କ ସହ ଯୋଡ଼ି ହୋଇରହିଛନ୍ତି । ଏହା ସହ ଟିକେଟ ପାଇବା ପାଇଁ ଦଳ ଧାର୍ଯ୍ୟ କରିଥିବା ସମସ୍ତ ମାନଦଣ୍ଡ ମଧ୍ୟ ସେ ପୂରଣ କରୁଛନ୍ତି। ଯଥା ମୋଟ ଭୋଟ ୪୦ହଜାରୁ ଅଧିକ,ପ୍ରଗମନ ଆପରେ ଅଧିକ ସମର୍ଥ ଇତ୍ୟାଦି। ତଥାପି ଦଳ ଯଦି ତାଙ୍କୁ ଅଣଦେଖା ସହ ବାରମ୍ବାର ପରୀକ୍ଷା ନିରୀକ୍ଷା କରି ଯାଦବ କାର୍ଡ ଖେଳି ରଶ୍ମୀଙ୍କୁ ପ୍ରାର୍ଥୀ କରେ ତେବେ ଦଳ ପାରମ୍ପରିକ ଭୋଟ ହରେଇବା ସମ୍ଭାବନା ରହିଛି। ପୁଣି ଯାଦବ କାର୍ଡ ଦ୍ଵାରା ଦଳ ଲାଭବାନ ହେବ ବୋଲି ଆଶା କରାଯାଉନାହିଁ। କାରଣ ଇତି ପୂର୍ବରୁ ବିଜେଡି ଯାଦବ କାର୍ଡ ଖେଳି ଲମ୍ବୋଦର ନିଆଲଙ୍କୁ କଳାହାଣ୍ଡି ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଛି। ନିର୍ବାଚନ ମାନଙ୍କରେ କଂଗ୍ରେସ ପ୍ରାର୍ଥୀ ୩୦-୩୫ହଜାର ଭୋଟ ପାଇଥିଲେ। କିନ୍ତୁ ପ୍ରଥମ ଥର ପାଇଁ ଦିଗାମ୍ବର ଦୂରିଆ ୪୦ହଜାର ପାର କରିବାକୁ ସକ୍ଷମ ହୋଇଥିଲେ। ବିଜେପିରେ ମଧ୍ୟ ସମାନ ଅବସ୍ଥା ରହିଛି।‌ଦଳ ଲଗାତାର ପ୍ରାର୍ଥୀ ବଦଳାଇ ପରୀକ୍ଷା ନିରୀକ୍ଷା ଜାରି ରଖିଛି। ଯାହା ଦଳ‌ ପାଇଁ ମହଙ୍ଗା ସାବ୍ୟସ୍ତ ହେଉଛି। ବିଗତ ପାଞ୍ଚଟି ନିର୍ବାଚନ ମଧ୍ୟରେ ପ୍ରତି ନିର୍ବାଚନରେ ଦଳର ଭୋଟ ହାର ୨ପ୍ରତିଶତ ବଢୁଥିବା ବେଳେ ଗତ ୨୦୧୯ ନିର୍ବାଚନରେ ୩%ପ୍ରତିଶତ ବୃଦ୍ଧି ପାଇ ୨୭%ପ୍ରତିଶତ ଛୁଇଁଛି। ଜିତିବା ପାଇଁ ମାତ୍ର ୩୦-୩୨ପ୍ରତିଶତ ଭୋଟ ଆବଶ୍ୟକତା ଥିବାବେଳେ କଂଗ୍ରେସ ଏବଂ ବିଜେପି କିନ୍ତୁ କାହା ଉପରେ ଭରସା ନକରି ଲଗାତାର ପ୍ରାର୍ଥୀ ବଦଳ କରିଛି। ଏ କ୍ଷେତ୍ରରେ କିନ୍ତୁ ବିଜେଡି ସଂପୂର୍ଣ୍ଣ ଭିନ୍ନ ଆଭିମୁଖ୍ୟ ରଖିଛି। କେବଳ ୨୦୧୯ ନିର୍ବାଚନ ବ୍ୟତୀତ ଦଳ ଲଗାତାର ଜଣକ ଉପରେ ଭରସା କରିଛି। ୧୧୯୬ରୁ ୨୦୦୯ ପର୍ଯ୍ୟନ୍ତ ଦଳ ଲଗାତାର ସ୍ଵର୍ଗତ ବୀର ସିପକାଙ୍କ ଉପରେ ଭରସା କରିଥିଲା। ପରବର୍ତ୍ତୀ ସମୟରେ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ଉପରେ ଭରସା କରିଛି।