Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଇତରା ପଞ୍ଚାୟତ କର୍ଲାଭାଡି ଗାଁ ରେ ଅଘଟଣ ; କପା ବସ୍ତା ବୋଝେଇ ପିକ୍ ଅପ୍ ଭ୍ୟାନ ରେ ସର୍ଟ ସର୍କିଟ ରୁ ନିଆଁ, ଅଲ୍ପକେ ବର୍ତ୍ତିଗଲେ ପିକ୍ଅପ୍ ଚାଳକ

କଳାହାଣ୍ଡି, ୦୬/୦୪ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଳକ ଲଇତରା ପଞ୍ଚାୟତ କର୍ଲାଭାଡି ଗାଁ ରେ ଅଘଟଣ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସର୍ଟ ସର୍କିଟ ଘଟି ଗାଡ଼ିରେ ଥିବା ଅଖା ବସ୍ତାରେ ନିଆଁ ଲାଗିଯିବାରୁ ପିକ୍ ଅପ୍ ଭ୍ୟାନ (OD 08M 3199)। ରେ ଥିବା କପା ବସ୍ତା ଗୁଡ଼ିକ ହୁତହୁତ ହୋଇ ଜଳି ଉଠିଥିଲା । ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ସଙ୍ଗେ ସଙ୍ଗେ କେସିଙ୍ଗା ଦମକଳ ବାହିନୀ ଙ୍କୁ ଫୋନ୍ କରିବାରୁ । ସଙ୍ଗେ ସଙ୍ଗେ ଦମକଳ ବାହୀନି ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ , ପାଖାପାଖି ୮୦ ପ୍ରତିଶତରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି ।ତେବେ ଏପର୍ଯ୍ୟନ୍ତ କ୍ଷୟକ୍ଷତିର ଆକଳନ ହୋଇପାରିନାହିଁ । ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏହି ରାସ୍ତା ଦେଇ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍ ତା’ର ଯିବା ଫଳରେ ଅନେକ ଥର ଏହି ବିଦ୍ୟୁତ୍ ତାର କୁ ହଟେଇବା ପାଇଁ ସ୍ଥାନୀୟ ଲୋକେ ଅଭିଯୋଗ କରିଥିବା କଥା କହିଛନ୍ତି ।ତେବେ ବିଦ୍ୟୁତ୍ ବିଭାଗ ର ଅଣଦେଖା ଯୋଗୁଁ ଏବଂ ପିକ୍ ଅପ୍ ଭ୍ୟାନ ରେ ଅଧିକ ପରିମାଣରେ ବସ୍ତା ବୋଝେଇ ଥିବା ଯୋଗୁ ଏଭଳି ସର୍ଟ ସର୍କିଟ ଘଟି ନିଆଁ ଲାଗିଥିବା ସୁଚନା ମିଳିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ