Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତ୍ରିମୁଖୀ ଲଢେଇ ମୁହାଁ ଜୁନାଗଡ଼ ନିର୍ବାଚନ ମଣ୍ଡଳୀ,ନିର୍ଣ୍ଣାୟକ ଭୂମିକା ନେବେକି ଓବିସି ଭୋଟର

କଳାହାଣ୍ଡି, ୦୬/୦୪ ଓଡ଼ିଶା ନ୍ୟୁଜ (ଜଗନ୍ନାଥ ନାଏକ) : ସାରା ଭାରତରେ ଆଗକୁ ସାଧାରଣ ନିର୍ବାଚନ କିଛି ରାଜ୍ୟରେ ନିର୍ବାଚନର ଦଳ ମାନେ ଆଶାୟୀ ପ୍ରାର୍ଥୀଙ୍କୁ ଟିକେଟ ଦେଇଛନ୍ତି, ସେହିପରି ଓଡ଼ିଶାରେ ମଧ୍ୟ ବିଭିନ୍ନ ଜିଲ୍ଲାରୁ ପ୍ରାର୍ଥୀ ମାନଙ୍କୁ ଦଳ ଟିକେଟ ଦେଇଥିବା ବେଳେ କଳାହାଣ୍ଡି ସଂସଦୀୟ କ୍ଷେତ୍ରର ଜୁନାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ସମ୍ପ୍ରତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି। ବିଜେଡିରୁ କ୍ରମାଗତ ଭାବେ ଦୁଇଥର ବିଧାୟକ ଓ ସମ୍ପ୍ରତି ତୃତୀୟ ଥର ପାଇଁ ମଧ୍ୟ ଦଳୀୟ ଟିକେଟ ହାତେଇବାରେ ସକ୍ଷମ ହୋଇଛନ୍ତି ଦିବ୍ୟଶଙ୍କର ମିଶ୍ର। ଭାଜପାରୁ ଗତଥର ପରାଜିତ ସତ୍ୱେ ମଧ୍ୟ ନିର୍ବାଚନ ମଣ୍ଡଳୀର ସ୍ଥାନୀୟ ପ୍ରାର୍ଥୀ ମନୋଜ ମେହେର ଟିକେଟ ପାଇଛନ୍ତି। କଂଗ୍ରେସରୁ ଗୋଳମୁଣ୍ଡା ବ୍ଲକର ବିଶିଷ୍ଟ ମାଳି ସମାଜର ସଂଗଠକ ତୁଲେଶ୍ୱର ନାଏକ ଟିକେଟ ପାଇଛନ୍ତି। ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ କ୍ରମାଗତ ଭାବେ ଦୁଇଥର ବିଧାୟକ ଓ ତୃତୀୟ ଥର ଟିକେଟ ପାଇଁ ଦିବ୍ୟଶଙ୍କର ମିଶ୍ର ବିଜୟର ହେଟ୍ରିକ ମୁହାଁ ହୋଇଛନ୍ତି।ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା, ବିଗତ ଦଶ ବର୍ଷର ବିକାଶ ମୂଳକକାର୍ଯ୍ୟ, ନିଜର ଦଳୀୟ ସଂଗଠନ, ନିର୍ବାଚିତ ପଞ୍ଚାୟତ ମାନଙ୍କ ଦ୍ୱାରା ନିର୍ବାଚନ ବୈତରଣୀ ପାର ହେବା ଯୋଜନାରେ ବିଜୁ ଜନତା ଦଳ ପ୍ରକ୍ରିୟା ଜାରି ରଖିଛନ୍ତି।
ଜୁନାଗଡ଼ରେ ଭାରତୀୟ ଜନତା ପାର୍ଟି ନିଜକୁ ଫିକ୍ସ୍ କରିବା ପାଇଁ ବିଧାୟକ ଭାବେ ମନୋଜ ମେହେର କୁ ନିୟୋଜିତ କରିଛି । ଅନ୍ୟ ପଟେ ଗୋଲାମୁଣ୍ଡା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତୁଲେଶ୍ୱର ନାଏକ କଂଗ୍ରେସ ଦଳ ମଜବୁତ୍ କରି ଜୁନାଗଡ ନିର୍ବାଚନ ମଣ୍ଡଳୀରେ ବିଧାୟକ ଭାବେ ନିର୍ବାଚନରେ ଲଢ଼ିବା ପାଇଁ ଟିକେଟ ପାଇଛନ୍ତି। ହେଲେ, ଅନେକ ସମୟରେ ଶାସକ ଦଳର ଦଳୀୟ ନେତୃବୃନ୍ଦ ଲୋକଙ୍କ ପ୍ରତି ଅସୁହା ବ୍ୟବହାର, ଠିକାଦାର ପ୍ରୀତି, ବରିଷ୍ଠ ପୁରୁଣା କାର୍ଯ୍ୟକର୍ତାଙ୍କୁ ଅପେକ୍ଷା କରିବା ଆଲୋଚନା ହେବାସହ, କର୍ମୀମାନେ ଅସନ୍ତୁଷ୍ଟ ଥିବା ଆଲୋଚନା ହେଉଛି।
ସମ୍ପ୍ରତି ଜୁନାଗଡ ନିର୍ବାଚନ ମଣ୍ଡଳୀରେ ପଛୁଆ ବର୍ଗ ଙ୍କ ଭୋଟ ସହ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଙ୍କ ଭୋଟ ଉପରେ ତିନି ଜଣ ଙ୍କ ଭାଗ୍ୟ ଅଟକିଛି । ତେବେ ଚଳିତ ନିର୍ବାଚନ ରେ କିଛି ନୂତନ ଅଧ୍ୟାୟ ସୃଷ୍ଟି ହେବା ର ସମ୍ଭାବନା କୁ ମଧ୍ୟ ଏଡାଇ ଦେଇ ହେବ ନାହିଁ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ