Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାଁ ରେ ମଦ କୋଠି ବନ୍ଦ କରିବାକୁ ଥାନା ର ଦ୍ୱାରସ୍ଥ ହେଲେ ସୁନାମାଲ ମହିଳା ଗୋଷ୍ଠି।

କୋକସରା୦୮/୦୪
ଗାଁ ରେ ଦେଶୀ ମଦ କୋଠି ସହ ବିଦେଶୀ ମଦ ଅବାଧ ରେ ବିକ୍ରି ହେଉଥିବା ବେଳେ ଘର ର ପୁରୁଷ, ଯୁବକ ଏପରିକି ସ୍କୁଲ ରେ ପଢ଼ୁଥିବା ଛାତ୍ର ମାନେ ମଦ ର କୁ ଅଭ୍ୟାସ ରେ ପଡି ନିଶାଶକ୍ତ ହୋଇ ଗାଁ ରେ ଅରାଜକତା, ବିଶୃଙ୍ଖଳା ଓ ମହିଳା ଝିଅ ବୋହୁ ଙ୍କୁ ଟାହି ଟାପରା କରୁଥିବା ଓ ଶ୍ରମିକ ଶ୍ରେଣୀ ର ଲୋକେ ରୋଜଗାର ଟଙ୍କା କୁ ମଦ ପିଇ ଘରେ ଅଶାନ୍ତି କରୁଥିବା ଅଭିଯୋଗ ନେଇ ସୋମବାର କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ସୁନାମଲ ଗ୍ରାମର ୬/୭ ସ୍ୱୟଂ ସହାୟକ ଗୋଷ୍ଠୀ ର ଶତାଧିକ ମହିଳା ମାନେ କୋକସରା ଥାନା ର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରି ଗାଁ ରେ ଥିବା ଦେଶୀ ମଦ କୋଠି ସହ ବିଦେଶୀ ମଦ ବିକ୍ରି କରୁଥିବା ମଦ ବେପାରୀ ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାଜୁ ଦାବି କରିଛନ୍ତି ନଚେତ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ସୁନାମାଲ ଗ୍ରାମର ମା ତୁଳସୀ ଗ୍ରୁପ, ମା ଦୁର୍ଗା ଏସଏଚଜି ଗ୍ରୁପ, ମା ମଙ୍ଗଳା ଏସଏଚଜି ଗ୍ରୁପ,ମାନ ପୁଟିଆଣି ଏସଏଚଜି ଗ୍ରୁପ,ମା ଗାୟତ୍ରୀ ଏସଏଚଜି ଗ୍ରୁପ ର ସଭାପତି,ସମ୍ପାଦିକା ଓ ଶତାଧିକ ସଦସ୍ୟା ମାନେ କୋକସରା ଥାନା ର ଦ୍ୱାରସ୍ଥ ହୋଇ ମଦ କୋଠି ବନ୍ଦ କରିବାକୁ ପୋଲିସ ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।