Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଧର୍ମଗଡ ସ୍ଥିତ ଏକ ଘରୁ ଗଳିତ ଶବ ଉଦ୍ଧାର,କାରଣ ଅସ୍ପଷ୍ଟ ।

କଳାହାଣ୍ଡି:୩୦/୦୪
କଳାହାଣ୍ଡି ଜିଲ୍ଲା ଧର୍ମଗଡ ସହର ବ୍ଲକ କାର୍ଯ୍ୟାଳୟ ନିକଟ ରେ ଥିବା ଏକ ଘରୁ ଜଣେ ବ୍ୟକ୍ତିଙ୍କ ଗଳିତ ଶବ ଠାବ କରାଯାଇଛି । ଖବର ମିଳିବା ପରେ ଧର୍ମଗଡ ଥାନା ଅଧିକାରୀ ଦାମୋଦର ବିହାରୀ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଥିଲେ। ସୂଚନା ଯେ ଧର୍ମଗଡ ସହରର ସୁକାନ୍ତ ଗୋପାଳ (୪୦) ଙ୍କ ଗଳିତ ଶବ ଉଦ୍ଧାର ହୋଇଛି। ଘର ଭିତରୁ ଦୁର୍ଗନ୍ଧ ହେଉଥିବା ରୁ କବାଟ ଖୋଲିଲା ପରେ ଗଳିତ ଶବ ପଡି ରହିଥିବା ଦେଖି ମୃତକର ବଡ଼ ଭାଇ ଧର୍ମଗଡ଼ ପୋଲିସ କୁ ଖବର ଦେଇଥିଲେ। ପରେ ଧର୍ମଗଡ ପୋଲିସ ଘଟଣା ସ୍ଥଳ କୁ ପହଞ୍ଚି ଶବ ଜବତ କରିଥିଲେ। ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ମନୋଜ କୁମାର ବେହେରା ଘଟଣା ଟି ୩/୪ ଦିନ ପୂର୍ବରୁ ଘଟିଥିବା ସେ ପ୍ରକାଶ କରିଥିଲେ। ମୃତ୍ୟୁ ର କାରଣ ଜଣା ପଡ଼ିନାହିଁ । ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ତଦନ୍ତ ପରେ ଜଣା ପଡିବ ବୋଲି ଧର୍ମଗଡ ଥାନା ଅଧିକାରୀ ଶ୍ରୀ ବିହାରୀ ସୂଚନା ଦେଇଛନ୍ତି।