Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ମା ଠାକୁରାଣୀ ହାଟଗୋସିଆଣି ଙ୍କ ମଣ୍ଡେଇ ଯାତ୍ରା।

କୋକସରା ୦୨/୦୫
ଧର୍ମଗଡ ବ୍ଲକ ଜୟନ୍ତପୁର ଗ୍ରାମ ଠାରେ ମା ଠାକୁରାଣୀ ହାଟ ଗୋସିଆଣି ଙ୍କ ମଣ୍ଡେଇ ଯାତ୍ରା ବୁଧବାର ଦିନ ବହୁ ଆଡମ୍ବର ରେ ଅନୁଷ୍ଠିତ ହୋଇଯାଇଛି।ନୂତନ ବଜାର ପ୍ରାଙ୍ଗଣରେ ପ୍ରଥମେ ଗ୍ରାମ ଦେବାଦେବୀ ଙ୍କୁ ସ୍ଥାପନ କରାଯାଇ ପୁଝାରି ବଳରାମ ପୁଝାରି ବିଧିବିଧାନ ଭାବେ ପୂଜାର୍ଚ୍ଚନା କରିଥିଲେ।ଏପରି କି ବିଭିନ୍ନ ଗ୍ରାମର ନିମନ୍ତ୍ରଣ ଦେବାଦେବୀ ଙ୍କୁ ସ୍ୱାଗତ ସମର୍ଦ୍ଧନା ଜଣାଇ ପାଛୋଟି ନେଇଥିଲେ।ଦେବାଦେବୀ ଙ୍କ ଲାଠି କୁର୍ଚି ସହ ଦେବୀ ମଣିଷ ଦେହରେ ସବାରି ହୋଇ ବଜାର ପରିକ୍ରମା କରିଥିଲେ।ଶହ ଶହଲୋକଙ୍କ ସମାଗମ ରହିଥିବା ବେଳେ ଶତାଧିକ ମାନସିକ ଧାରୀ ଦେବା ଦେବୀ ଙ୍କ ନିକଟରେ ନଡ଼ିଆ,କୁକୁଡ଼ା, ପାରା,ଛେଳି ମେଣ୍ଢା ଆଦି ବଳି ଦେଇଥିଲେ।ଗାଁ ଗହ୍ୱନ୍ତିଆ ପୂର୍ଣ୍ଣଚନ୍ଦ୍ର ନାଏକ,ପୂଜା କମିଟି ସଭାପତି ଭବାନୀ ପ୍ରସାଦ ଭୋଇ,ସମ୍ପାଦକ ତୁଳସୀ ରାମ ନାଏକ ରୋଦନ ମେହେର,କୃଷ୍ଣ ଚନ୍ଦ୍ର ମାଝୀ ,ମହେଶ୍ବର ନାଏକ,ହୀରାଜିତ ନାଏକ, କ୍ଷୀରସିନ୍ଦୁ ନାଏକ,ଯୁବରାଜ ନାଏକ,ରାଜେନ୍ଦ୍ର ଦୁରିଆ,ବଦ୍ରୀ ପ୍ରସାଦ ଭୋଇ ପ୍ରମୁଖ ଉପସ୍ଥିତ ରହିଥିଲେ।ମୁଖ୍ୟ ଅତିଥି ଭାବେ ବିଜେଡି ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂ ଦେଓ ,କଂଗ୍ରେସ ପ୍ରାର୍ଥୀନୀ ରଶ୍ମିରେଖା ରାଉତ ଓ ବିଜେପି ପ୍ରାର୍ଥୀ ସୁଧୀର ରଞ୍ଜନ ପଟ୍ଟଯୋଶୀ ଏହି ମଣ୍ଡେଇ ଯାତ୍ରା ରେ ଉପସ୍ଥିତ ହୋଇ ମାଆ ଙ୍କ ଦର୍ଶନ ଲାଭ କରି ନିଜର ବିଜୟ କାମନା କରିଥିଲେ।