Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଘରୋଇ ଭୋଟ୍ ଦାନ କାର୍ଯ୍ୟକ୍ରମ ରେ ୩୧ ଜଣ କଲେ ମତଦାନ ସାବ୍ୟସ୍ତ

ପଟ୍ଟାଙ୍ଗି୦୫/୦୫ଲୋକସଭା ଏବଂ ବିଧାନସଭା ନିର୍ବାଚନ ଆଉ ଅଳ୍ପ କିଛି ଦିନ ରହିଥିବା ବେଳେ ଏହା ପୂର୍ବରୁ ଯେଉଁ ଭୋଟର୍ ମତଦାନ କେନ୍ଦ୍ର ରେ ପହଞ୍ଚି ମତଦାନ ଦେବା ସକ୍ଷମ ନୁହଁନ୍ତି ସେହି ଭୋଟର୍ ମାନଙ୍କ ନିକଟରେ ପ୍ରଶାସନ ପହଞ୍ଚି ତାଙ୍କ ଠାରୁ ଭୋଟ୍ ଗ୍ରହଣ କରିଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଏହିପରି କାର୍ଯ୍ୟକ୍ରମ ପ୍ରଥମଥର ନିର୍ବାଚନ ପ୍ରକ୍ରିୟାରେ ଆରମ୍ଭ କରା ଯାଇଥିବାରୁ ନିର୍ବାଚନ ସମୟରେ ନିଜର ମତଦାନ ସାବ୍ୟସ୍ତ କରିବା ରୁ ବଞ୍ଚିତ ହୋଇ ରହି ଯାଉଥିବା ଭୋଟର୍ ଙ୍କ ମଧ୍ୟରେ ଉତ୍ସାହିତ ଦେଖିବା କୁ ମିଳିଛି ।
ଏହିପରି କାର୍ଯ୍ୟକ୍ରମ ଦେଖିବା କୁ ମିଳିଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ କ୍ଷେତ୍ରରେ । ସୂଚନା ମୁତାବକ ବ୍ଲକ ପ୍ରଶାସନ ଅଧିନରେ ରହିଥିବା ୧୪ଟି ପଞ୍ଚାୟତ ମଧ୍ୟରୁ କୋଟିଆ , ମାଳିପୁଟ , ଦେଓପଟ୍ଟାଙ୍ଗି , ପୁକାଲି , ଚନ୍ଦକା , ପେଟୁରୁ , ରାଲେଗଡା , ଗାଙ୍ଗରାଜପୁର , ନୁଆଗାଁ ଏବଂ ପଟ୍ଟାଙ୍ଗି ପ୍ରମୁଖ ୧୦ଟି ପଞ୍ଚାୟତ ରୁ ଆସିଥିବା ୩୧ଟି ଦରଖାସ୍ତ କୁ ଦୃଷ୍ଟିରେ ରଖି ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡ଼ିଓ ସୁକାନ୍ତ କୁମାର ପଟ୍ଟନାୟକ ଙ୍କ ନେତୃତ୍ୱରେ ପୋଲିଂ ପର୍ସନାଲ୍ , ପୋଲିସ ପ୍ରଶାସନ ସହ ଜିପିଓ ଦାଇତ୍ଵ ରେ ରହିଥିବା ପିଇଓ ଦିବାକର ପୁରୋହିତ , ବିଏସଏସଓ ସୁଧିର କୁମାର ସାହୁ ଦୁଇ ପ୍ରିଜାଇଡିଂ ଅଫିସର ମହେଶ୍ବର ବେହେରା , ବୈଲ୍ୟଚନ ରଣା ପ୍ରମୁଖ ଙ୍କୁ ନେଇ ଗଠିତ ହୋଇଥିବା ଦଳ ଭୋଟ୍ ଦାନ କେନ୍ଦ୍ର କୁ ପହଞ୍ଚି ନପାରିବା ପରି ଭୋଟର୍ ଙ୍କ ନିକଟରେ ପହଞ୍ଚି ତାଙ୍କ ମତଦାନ ଗ୍ରହଣ କରିଥିଲେ । ଏହିପରି ସ୍ଥଳେ ଘରେ ରହି ନିଜର ମତଦାନ ସାବ୍ୟସ୍ତ କରିଥିବା ସମ୍ପୃକ୍ତ ଭୋଟର୍ ଙ୍କ ମଧ୍ୟରେ ଉତ୍ସାହିତ ଦେଖିବା କୁ ମିଳିଥିବା ସହ ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଥିବା ହୋମ୍ ଭୋଟିଂ କାର୍ଯ୍ୟକ୍ରମ  ନିର୍ବାଚନ ପ୍ରକ୍ରିୟାରେ ଏହିପରି ପଦକ୍ଷେପ ପ୍ରଥମଥର ଗ୍ରହଣ କରା ଯାଇଥିବାରୁ ରାଜ୍ୟ ନିର୍ବାଚନ ଅଧିକାରୀ ଙ୍କୁ ମତଦାନ ସାବ୍ୟସ୍ତ କରିଥିବା ଭୋଟର୍ ମାନେ ସାଦୁବାଦ ଜଣାଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ