Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଢାଖୋଲରେ ବିଜେପିର ବିରାଟ ରାଲି ଓ ପଦଯାତ୍ରା,ଖୋଲିଲା କାର୍ଯ୍ୟାଳୟ

ରେଢାଖୋଲ :ଆଜି ରେଢ଼ାଖୋଲ ବିଜେପିର ଏକ ବିରାଟ ପଟୁଆର ଓ ପଦଯାତ୍ରା ହୋଇ ରେଢାଖୋଲ ଠାରେ ଦଳୀୟ କାର୍ଯ୍ୟାଳୟ ଖୋଲିଛି।
କଲେଜ ଛକ ଠାରୁ ବିଜେପିର ସମ୍ବଲପୁର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗହଣରେ ଏକ ବିରାଟ ପଟୁଆର ବାହାରି ରଥ ସାହି ଦେଇ ଭୀମ ଭୋଇ ଛକରେ ପହଞ୍ଚିଥିଲେ।ସେଠାରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇ ଥିଲା।ଏହି ସମୟରେ ସମଗ୍ର ସହର ବିଜେପିର ବିଜୟ ପାଇଁ ବିଭିନ୍ନ ନାରାରେ ପ୍ରକମ୍ପିତ ହୋଇଥିଲା।ହଜାର ହଜାର ଲୋକଙ୍କ ଉପସ୍ଥିତିରେ ସମଗ୍ର ସହର ଗେରୁଆମୟରେ ପରିଣତ ହୋଇଥିଲା।
ଆୟୋଜିତ ପଦଯାତ୍ରାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ରେଢାଖୋଲ ବିଧାନସଭା ପ୍ରାର୍ଥି ଦେବେନ୍ଦ୍ର ମହାପାତ୍ର,ଏନଏସି ଅଧ୍ୟକ୍ଷ ଶିବରାମ ସାହୁ,୨ ନମ୍ବର ଯୋନର ଜିଲ୍ଲାପରିଷଦ ସଭ୍ୟ ଶରତ ପ୍ରଧାନ,ନଗର ସଭାପତି ରାମାନୁଜ ମହାପାତ୍ର,ପୁର୍ବତନ ଏନଏସି ଅଧ୍ୟକ୍ଷା ସୁଷମା ମୁଣ୍ଡା,ଜିଲ୍ଲା ଯୁବମୋର୍ଚା ସଭାପତି ଅଶ୍ୱନୀ ମାଝୀ,ରେଢାଖୋଲ ଯୁବମୋର୍ଚା ସଭାପତି ଅମର ସିଂ,ବିଜେପିର ବରିଷ୍ଠ ନେତା ସୀମାଞ୍ଚଳ ଖଟାଇ,ଆଡଭୋକେଟ୍ ଡଃ.ପ୍ରମୋଦ ରଥ,ଦୁଲାଲ ପ୍ରଧାନ ରେଢ଼ାଖୋଲ ବିଧାନସଭା ପ୍ରଭାରୀ ଅର୍ଜୁନ ପଟ୍ଟନାୟକଙ୍କ ସହିତ ନିର୍ବାଚନ ମଣ୍ଡଳୀର ସମସ୍ତ ମଣ୍ଡଳ ସଭାପତି,ବିଜେପି କାର୍ଯ୍ୟକର୍ତ୍ତା ଓ ଦଳର ବହୁ କାଉନସିଲର,ସରପଞ୍ଚ୍ ,ସମିତି ସଭ୍ୟ ଓ ସମର୍ଥକ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ