Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଖଲ୍ଲିକୋଟ ବ୍ଲକ ରେ ପ୍ରଥମ ଅଂଶୁଘାତ ମୃତ୍ୟୁ ଅଭିଯୋଗ

ଖଲ୍ଲିକୋଟ–୧୫/୦୪–ଖଲ୍ଲିକୋଟ ବ୍ଲକ ରେ ଆଜି ପ୍ରଥମ ଅଂଶୁଘାତ ମୃତ୍ୟୁ ଅଭିଯୋଗ ହୋଇଛି । ଖଲ୍ଲିକୋଟ ବ୍ଲକ୍ ଅନ୍ତର୍ଗତ ମଥୁରା ପଞ୍ଚାୟତର ନୂତନ ବ୍ରହ୍ମପୁର ଗ୍ରାମର ଜଣେ ୬୮ ବର୍ଷ ବୟସ୍କ ବ୍ୟକ୍ତି ଦେବରାଜ ନାହାକ ଆଜି ଅଂଶୁଘାତରେ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ୯ ଘଣ୍ଟା ସମୟରେ କୌଣସି କାମ ପାଇଁ ସେ ସାଇକେଲ୍ ଯୋଗେ କୋଦଳା ଯାଇଥିଲେ।ଦିନ ୧୧ ଟାରେ ପ୍ରବଳ ଖରା ରେ ସେ କୋଦଳାରୁ ନିଜ ଗ୍ରାମ ନୂତନ ବ୍ରହ୍ମପୁର କୁ ଫେରୁଥିବା ସମୟରେ ପୁସ୍ତପୁର ଢେପ ନିକଟରେ ହଠାତ୍ ରାସ୍ତା ଉପରେ ବେହୋସ ହୋଇ ପଡି ଯାଇଥିଲେ। ସ୍ଥାନୀୟ ଦୋକାନୀ ମାନେ ତୁରନ୍ତ ତାଙ୍କୁ ପାଣି ସିଞ୍ଚନ କରି ଉଠାଇବାକୁ ଚେଷ୍ଟା କରିଥିଲେ । ତେବେ ତାଙ୍କର ଚେତା ନ ଫେରିବାରୁ ତୁରନ୍ତ ପରିବାର ଲୋକଙ୍କୁ ଖବର ଦେବା ସହ ଏକ ବୋଲେରୋ ଯୋଗେ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ପଠାଇ ଥିଲେ । କିନ୍ତୁ କୋଦଳା ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅଂଶୁଘାତରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି।