Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସର୍ଟ ସର୍କିଟ୍ ରେ ମାଁ ଗାଙ୍ଗେଶ୍ୱରୀ ପର୍ଫେକ୍ଟ୍ ଗିଭ୍ଟ୍ ଜଳି ପୋଡି ନଷ୍ଟ ହୋଇଗଲା ସମସ୍ତ ସାମଗ୍ରୀ

ପଟ୍ଟାଙ୍ଗି୦୬/୦୫ସର୍ଟ ସର୍କିଟ୍ ରେ ଗିଭ୍ଟ୍ ଦୋକାନ ପୋଡ଼ି ଜଳି ପାଉଁଶ ହେବା ଘଟଣାକୁ ନେଇ ଦୋକାନ ମାଲିକ ଙ୍କ ପାଇଁ ସୃଷ୍ଟି କଲା ଚିନ୍ତା ପ୍ରକଟ । ଏହିପରି ଘଟଣା ଘଟିଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସ୍ଥିତ ତଥା ଜାତୀୟ ରାଜପଥ କଡରେ ରହିଥିବା ଏକ ଗିଭ୍ଟ୍ ଦୋକାନ କ୍ଷେତ୍ରରେ । ସୂଚନା ମୁତାବକ ମାଁ ଗାଙ୍ଗେଶ୍ୱରୀ ପର୍ଫେକ୍ଟ୍ ଗିଭ୍ଟ୍ ଦୋକାନ ମାଲିକ ପ୍ରକାଶ ମହାପାତ୍ର ଙ୍କ କହିବା ଅନୁସାରେ । ଘଡଘଡି ସହ ବର୍ଷା ହେଉଥିଲା । ଯେଉଁଥିରେ କି ସେହି ସମୟରେ କରେଣ୍ଟ୍ ନଥିଲା କିନ୍ତୁ ବର୍ଷା ଘଡଘଡି କମିବା ପରେ କରେଣ୍ଟ୍ ଆସିବା ପରେ ଦୋକାନ ର ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ ଧୁଆଁ ବାହାରିବା ଦେଖି ଦୋକାନ ଖୋଲି ବା ସମୟରେ ହଟାତ୍ ନିଆଁ ର ଧାସ ବଢ଼ିବାରେ ଲାଗିବା ସହ ଦୋକାନରେ ରହିଥିବା ୦୪ ଲକ୍ଷ୍ୟ ରୁ ଉର୍ଦ୍ଧ ସମସ୍ତ ଗିଭ୍ଟ୍ ଆଇଟମ୍ ପୋଡ଼ି ଜଳି ନଷ୍ଟ ହେବା ସହ ଦୋକାନରେ ରେ ରହିଥିବା ଶିକ୍ଷାଗତ ସମସ୍ତ ପ୍ରମାଣିତ ବା ସାର୍ଟିଫିକେଟ୍ ପୋଡ଼ି ଯାଇଥିଲେ ମଧ୍ୟ କୈଣସି ସାମଗ୍ରୀ ବା ପ୍ରମାଣପତ୍ର ଉଧାର କରିବା କୁ ସୁଜଗ ପାଇନଥିବା ପ୍ରକାଶ କରିଥିଲେ । ଅନ୍ୟପକ୍ଷରେ ଖବର ପାଇ ସ୍ଥାନୀୟ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଦୋକାନରେ ଲାଗି ରହିଥିବା ନିଆଁ କୁ ଆୟତ୍ତ କରିଥିଲେ ମଧ୍ୟ ସମସ୍ତ ସାମଗ୍ରୀ ଜଳି ପୋଡ଼ି ନଷ୍ଟ ହୋଇ ଯାଇଥିବା ସହ ଏହା ସର୍ଟ ସର୍କିଟ୍ ଯୋଗୁଁ ହୋଇଛି ବୋଲି ଉକ୍ତ ବିଭାଗର ହାବିଲଦାର ପ୍ରକାଶ କରିଛନ୍ତି । ସେପଟେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ଅମୁଲ୍ୟ କୁମାର ଭଟ୍ଟ ଏବଂ କର୍ମଚାରୀ ଘଟଣା ସ୍ଥଳେ ପହଞ୍ଚି ଘଟିଥିବା ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିବା ସହ କେଉଁ କାରଣ ରୁ ଏହିପରି ସର୍ଟ ସର୍କିଟ୍ ଘଟିଥିଲା ତାର କାରଣ ଖୋଜିବା ରେ ତଦନ୍ତ ଜାରି ରହିଥିବା ଯନ୍ତ୍ରୀ ଭଟ୍ଟ ପ୍ରକାଶ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ