ଅତାବିରା ପୋଲିସ ପକ୍ଷରୁ ସାଇବର ଠକେଇ ଜନ ସଚେତନତା କାର୍ଯ୍ୟକ୍ରମ


ଅତାବିରା-ଆମ ପୁଲିସ ସମିତି ପକ୍ଷରୁ ବରଗଡ଼ ଜିଲ୍ଲା ଅତାବିରା ଏନଏସି ୧୧ନଂ ୱାର୍ଡ଼ କୁଡ଼ାପରାରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଥାନା ଅଧିକାରୀ ଅନିଲ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନଏସି ଅଧ୍ୟକ୍ଷ ବନମାଳୀ ବରିହା ମୂଖ୍ୟ ଅତିଥି,କାଉନସିଲର ଅନୁସୂୟା ବିଶାଲ,ସାମ୍ବାଦିକ କୀର୍ତ୍ତନ ବିଶ୍ଵାଳ,ସିଦ୍ଧାର୍ଥ ଶଙ୍କର ପଣ୍ଡା,ମାଲିଆ ପ୍ରଧାନ,ପୂର୍ବତନ କାଉନସିଲର ପ୍ରକାଶ ପ୍ରଧାନ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ । ବର୍ତ୍ତମାନ ସମାଜରେ ହେଉଥିବା ବିଭିନ୍ନ ପ୍ରକାର ହିଂସା,ସାଇବର ଠକେଇ ସମ୍ପର୍କରେ ଥାନା ଅଧିକାରୀ ବୁଝାଇଥିଲେ । ତା ସହିତ ପଡ଼ାରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଥାନା ଏସ ଆଇ ଅନିମା ଏକ୍କା ମହିଳାମାନଙ୍କ ସୁରକ୍ଷା ସଂପର୍କରେ ବୁଝାଇଥିଲେ। ଶେଷରେ ଏସ ଆଇ କୈଳାଶ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।