Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ଶୁଭେଚ୍ଛା ।

ଗୋପାଳପୁର ୭/୫
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପ୍ରଥମ ମହିଳା କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ କାର୍ଯ୍ୟକାଳ ର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆଜି କୁଳପତିଙ୍କୁ ଅଣ ଶିକ୍ଷକ କର୍ମଚାରୀ ସଂଘ ସଭାପତି ଡ଼. ମିହିର କୁମାର ତ୍ରିପାଠୀ, ଉପଦେଷ୍ଟା ଡ଼. ଶଙ୍କର ମାଝୀ, ନରେନ୍ଦ୍ର ପାତ୍ର, ଇନ୍ଦ୍ର ବେହେରା, ଉପେନ୍ଦ୍ର ପାଳ, ଏନ.ଭିମରାଜ ରେଡି, ନମିତା ସାମଲ, ମନୋଜ କୁମାର ଶତପଥୀ, ଦେବୀ ମିଶ୍ର, ସୁଶାନ୍ତ ସାହୁ, ଦେବୀ ବେହେରା, କାହ୍ନୁ ମହାପାତ୍ର, ସତ୍ୟ ନାରାୟଣ ଶତପଥୀ ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ l ଉପ କୁଳସଚିବ ଡ଼. ବାବୁଜୀ ସାମଲ, ଏ. ସୂରିୟା ପ୍ରକାଶ ରାଓ କୁଳପତିଙ୍କୁ ଭେଟି ପୁଷ୍ପଗୁଚ୍ଛ ଦେବା ସହ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ବିଶ୍ଵବିଦ୍ୟାଳୟ ଉନ୍ନତି ପାଇଁ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଥିଲେ l ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଶିକ୍ଷକ ସଂଘ ପକ୍ଷରୁ ସଂଘର ଉପ ସଭାପତି ଡ଼. ଲକ୍ଷ୍ମୀଧର ରାଉତ, କୋସାଦକ୍ଷ ଡ଼. ବିଭୂତି ପରିଡ଼ା, ସହ ସମ୍ପାଦିକା ଡ଼. ବବିତା ସାରଙ୍ଗ ଥେମ, ପ୍ରଫେସର ସୃତି ଦାଶ, ଡ଼. ସିଦ୍ଧାର୍ଥ ଶଙ୍କର ପଣ୍ଡା, ଡ଼. ତପନ କୁମାର ବାରିକ, ଡ଼. ସଦାନନ୍ଦ ନାୟକ, ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ