Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ବାର୍ ଆସୋସିଏସନର କର୍ମକର୍ତ୍ତା ଙ୍କୁ ଭେଟିଲେ ନଗେନ୍ଦ୍ର

ସମ୍ବଲପୁର:ସମ୍ବଲପୁର ଲୋକସଭା କଂଗ୍ରେସ ପ୍ରାର୍ଥୀ ନଗେନ୍ଦ୍ର କୁମାର ପ୍ରଧାନ ଆଜି ସମ୍ବଲପୁର ବାର୍ ଆସୋସିଏସନର କର୍ମକର୍ତ୍ତାଙ୍କୁ ଭେଟିବା ସହ ବିଭିନ୍ନ ପ୍ରସଙ୍ଗ ରେ ଆଲୋଚନା କରି ଚଳିତ ନିର୍ବାଚନ ରେ ଆଇନଜୀବି ଙ୍କ ସହଯୋଗ କାମନା କରିଛନ୍ତି I ସମ୍ବଲପୁର ବାର୍ ଆସୋସିଏସନର କର୍ମକର୍ତ୍ତା ଙ୍କ ସହିତ ଆଲୋଚନା ସମୟରେ ଶ୍ରୀ ପ୍ରଧାନ କହିଥିଲେ ଯେ ସାମୂହିକ ନ୍ୟାୟପାଳିକା ବ୍ୟବସ୍ଥାର ଉନ୍ନତି ପାଇଁ ପଶ୍ଚିମ ଓଡିଶାର ସମ୍ବଲପୁର ରେ ହିଁ ପଶ୍ଚିମ ଓଡିଶା ହାଇ କୋର୍ଟ ବେଞ୍ଚ ସ୍ଥାପନ ହେବା ଏକାନ୍ତ ଜରୁରୀ ଅଟେ I ବିଗତ ବର୍ଷ ଗୁଡିକରେ ସମ୍ବଲପୁର ଲୋକସଭା ସାଂସଦ ଥିବା ସମୟରେ ମଧ୍ୟ ଏହି ଦାବି କରିଥିଲି ଏବଂ ଆଜି ମଧ୍ୟ ମୋର ଏହି ଦୃଢ ଦାବି ରହିଛି ବୋଲି ଶ୍ରୀ ପ୍ରଧାନ କହିଥିଲେ I ଏହାବ୍ୟତିତ ଶ୍ରୀ ପ୍ରଧାନ କାର୍ଯ୍ୟକର୍ତ୍ତାଙ୍କ ଗହଣରେ କୋର୍ଟ ପରିସର ବୁଲି ଆଇନଜୀବି ଙ୍କ ସହିତ ଆଲୋଚନା କରିଥିଲେ I ସମ୍ବଲପୁର ଲୋକସଭା ସାଂସଦ ଥିବା ସମୟରେ ପଶ୍ଚିମ ଓଡିଶା ହାଇକୋର୍ଟ ବେଞ୍ଚ ସମ୍ବଲପୁର ରେ ପ୍ରତିଷ୍ଠା ହେବା, ଓଡିଶାର ଦ୍ଵିତୀୟ ରାଜଧାନୀ ସମ୍ବଲପୁରରେ ଓଡିଶା ବିଧାନସଭାର ଏକ ଶୀତକାଳୀନ ଅଧିବେଶନ କରିବା, ପଶ୍ଚିମ ଓଡିଶା ବିକାଶ ପରିଷଦ କାର୍ଯ୍ୟାଳୟ ତୁରନ୍ତ ରାଜଧାନୀ ଭୁବନେଶ୍ୱର ରୁ ସମ୍ବଲପୁର କୁ ସ୍ଥାନାସ୍ତରିତ କରିବା ଆଦି ଦାବି ଗୁଡିକ ପ୍ରତି କେନ୍ଦ୍ର ତଥା ରାଜ୍ୟ ସରକାର କ୍ରମାଗତ ଅଣଦେଖା କରୁଥିବା ରୁ ଏ ସମ୍ପର୍କରେ ଆଗାମୀ ଦିନରେ ଜନ ଆନ୍ଦୋଳନ କରିବା ଏବଂ ଏହାର ଜବାବ୍ ଚଳିତ ନିର୍ବାଚନ ରେ ଦେବାକୁ ଅନୁରୋଧ କରିଥିଲେ I ଆଜିକାର ଏହି ଆଲୋଚନା ସମୟରେ ସମ୍ବଲପୁର ବାର୍ ଆସୋସିଏସନ ସଭାପତି ସତ୍ୟନାରାୟଣ ପଣ୍ଡା, ସାଧାରଣ ସମ୍ପାଦକ ପ୍ରବୀଣ ସିଂଦେଓ, ବରିଷ୍ଠ ଆଇନଜୀବି ସୁରେଶ୍ୱର ମିଶ୍ର, ବିଚିଟେନ୍ଦ୍ରିୟ ପ୍ରଧାନ, ଚନ୍ଦ୍ର ମହାନ୍ତି, ସୁରଞ୍ଜିନି ବାରିକ, ମହେଶ ମୁନସୀ, ଚନ୍ଦ୍ର ପୁରୋହିତ, ଅରୁଣ କୁମାର, ବିମଳ ମହାପାତ୍ର, ଅମର ମେହେର, କିରଣ ବିଶ୍ୱାଳ, ଆଶିଷ ଗୁରୁ, ସୁତପା ମିତ୍ର, ଅକ୍ଷୟ ଦାସ ପ୍ରମୁଖ ଶତାଧିକ ଆଇନଜୀବି ଉପସ୍ଥିତ ଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ