Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜଳକର ଦେଇ ମଧ୍ୟ ବିଲକୁ ମାଡୁନାହିଁ ପାଣି

ଟିଟିଲାଗଡ଼: ଟିଟିଲାଗଡ଼ ସହର ନିକଟସ୍ଥ ମାଥନପଳା ଡ୍ୟାମ ରୁ ଚାଷୀ ମାନେ କେନାଲ ଯୋଗେ ପାଣି ପାଇବା ଆଶା ନେଇ ଚାଷବାସ ଆରମ୍ଭ କରିଥିଲେ l ହେଲେ ଚାଷୀ ମାନଙ୍କ ଚାଷ ଜମି କୁ ପାଣି ମାଡୁ ନ ଥିବା ବେଳେ ଫସଲ ସବୁ ଉଜୁଡିଯିବା କୁ ବସିଲାଣି l ଏ ନେଇ ବିଜେପୁର ଗ୍ରାମପଞ୍ଚାୟତ ସରପଞ୍ଚ ଙ୍କ ସହ ଶତାଧିକ ଚାଷୀ ଟିଟିଲାଗଡ଼ ତହସିଲଦାର ଡ଼ଃ ଲଳିତ ବାଗ ଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ତୁରନ୍ତ ଚାଷ ଜମି ମାନଙ୍କୁ ପାଣି ମଡାଇବା ର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି l