Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର:ନିର୍ବାଚନ ତାତିରେ ବଢୁଛି ସଂଗଠନ ପ୍ରୀତି

ସମ୍ୱଲପୁର : ନିର୍ବାଚନ ଯେତିକି ପାଖେଇ ଆସୁଛି ସମ୍ବଲପୁରର ମାହୋଲ ସେତିକି ସରଗରମ ହେବାରେ ଲାଗିଛି । ନେତାଏ ଘନଘନ ପ୍ରଚାର କରୁଛନ୍ତି । ହେଲେ ଏହି ନିର୍ବାଚନ ତାତିରେ ବାରି ହୋଇ ଯାଉଛି ସଂଗଠନ ପ୍ରୀତି।ସଂଗଠନ ରହିଥିଲେ ଯିଏ ଯୁଆଡେବି ଯା’ନ୍ତୁ ଅପାର ଭଲପାଇବା ଦେଖିବାକୁ ମିଳିଥାଏ ସେଇଠି । ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତି ବଢୁଥିବା ଲୋକ ପ୍ରିୟତା ଏହାର ପ୍ରମାଣ ଭଳି ମନେ ହେଉଛି। ଲୋକଙ୍କୁ ଭେଟି ଭରସାର ବାର୍ତ୍ତା ଦେବା ସହିତ ବିରୋଧୀଙ୍କ କଥାରେ ନପଡିବାକୁ ଇସାରା ଦେଲେଣି ପ୍ରଣବ।
ଆଜି ସନ୍ଧ୍ୟାରେ ସମ୍ବଲପୁରର ମାନେଶ୍ୱର ସ୍ଥିତ ତୁମେସିଂହା ଠାରୁ ପ୍ରଚାର ଆରମ୍ଭ କରିଥିଲେ ପ୍ରଣବ ପ୍ରକାଶ । ତୁମେସିଂହା ଠାରେ ଏକ ଜନସମ୍ପର୍କ ସଭାରେ ଯୋଗଦେଇଥିଲେ । ସେ ଆସୁଥିବା ଜାଣି ସେଠାକାର ମହିଳା, ପୁରୁଷ, ବୟସ୍କ ସମସ୍ତେ ସ୍ୱତଃପ୍ରବୃତ୍ତ ଭାବରେ ସଭାସ୍ଥଳକୁ ଆସିଥିଲେ । ପ୍ରଣବ ପ୍ରକାଶ ପହଞ୍ଚିବା ପରେ ତାଙ୍କୁ ଫୁଲମାଳ ପିନ୍ଧାଇ, ପୁଷ୍ପବୃଷ୍ଟି କରି ସ୍ୱାଗତ କରିଥିଲେ । ଜନତାଙ୍କ ଏଭଳି ସ୍ନେହ, ଭଲପାଇବା ଦେଖି ଭାବବିହ୍ୱଳ ହୋଇଥିଲେ । ଉପସ୍ଥିତ ଥିବା ଜନତାଙ୍କ ସହିତ ଭାବବିନିମୟ କରିଥିଲେ । ସେମାନଙ୍କ ସୁବିଧା ଅସୁବିଧା ସର୍ମ୍ପକରେ ପଚାରି ବୁଝିଥିଲେ । ବିଗତ ୫ ବର୍ଷରେ ଏଠାରୁ ନିର୍ବାଚିତ ହୋଇଥିବା ନେତା ସେମାନଙ୍କ ପାଇଁ କିଛି କରିନାହାନ୍ତି । ସମ୍ବଲପୁରର ବିକାଶ କରିବା କଥା ଦୂରେ ଥାଉ ମୌଳିକ ସମସ୍ୟାର ସମାଧାନ କରିବାରେ ଫେଲ ମାରିଛନ୍ତି । ତେଣୁକରି ନିର୍ବାଚିତ ଜନପ୍ରତିନିଧି ମାନଙ୍କୁ ନେଇ ମାନେଶ୍ୱରବାସୀଙ୍କ ମନରେ କ୍ଷୋଭ ରହିଛି ବୋଲି କହିଥିଲେ । ଲୋକଙ୍କ ସମସ୍ୟା ଶୁଣିବା ପରେ ଖୁବ ଶୀଘ୍ର ତାର ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ । ମାନେଶ୍ୱରରେ ସଭା କାର୍ଯ୍ୟକ୍ରମ ସାରିବା ପରେ ପହଞ୍ଚିଥିଲେ ଧୁତ୍ରାପଡା ଠାରେ । ଧୁତ୍ରାପଡାରେ ମଧ୍ୟ ଶହଶହ ଲୋକଙ୍କ ସମାଗମ ହୋଇଥିଲା । ସଭାରେ ଉଦବୋଧନ ଦେବା ଅବସରରେ ପ୍ରଣବ ପ୍ରକାଶ କହିଥିଲେ । ମା ସମଲେଇଙ୍କର ପୀଠର ଋପାନ୍ତରୀକରଣ କାମ କରିବାକୁ ମୁଖ୍ୟମନ୍ତ୍ରୀ ଯେତେବେଳେ ଦାୟିତ୍ୱ ଦେଲେ ଭାବିନଥିଲି ସମ୍ବଲପୁରବାସୀ ମତେ ଏତେ ଭଲପାଇବା ଦେବେ ବୋଲି । ତେଣୁକରି ଏଠାକାର ମା ଭଉଣୀଙ୍କ ଠାରେ ମୁଁ ନତମସ୍ତକ । ଆଗାମୀ ଦିନରେ ସମ୍ବଲପୁର, ରେଙ୍ଗାଲି, ବୁର୍ଲା, ହୀରାକୁଦକୁ ନେଇ ଏକ ବିରାଟ ପ୍ରକଳ୍ପର କରିକଳ୍ପନା କରାଯାଇଛି । ସେ ଆହୁରି କହିଥିଲେ ଏବେ ଆପଣମାନେ ବିଚାର କରନ୍ତୁ । ଯେଉଁମାନଙ୍କୁ ଆପଣ ହଳିଆ ରଖିଥିଲେ ସେମାନେ ଆପଣଙ୍କ ପାଇଁ କାମ କଲେ ନା ଠକିଲେ । ଏହା ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି କହିଥିଲେ, ଓଡିଶାବାସୀଙ୍କୁ ଯେଉଁଭଳି ଭାବରେ ପ୍ରତାରିତ କରିଛନ୍ତି ସୋ କ୍ଷମା ମାଗିଲେ ୫ ବର୍ଷ ଲାଗିବ । ଯେଉଁମାନେ ଆର୍ଶୀବାଦ ଭିକ୍ଷା କରି ଆପଣଙ୍କୁ ପ୍ରତାରିତ କରିଛନ୍ତି ତାର ପୁନରାବୃତ୍ତି ହେବାକୁ ଆମେ ଦେବୁ ନାହିଁ ବୋଲି ଜନସଭାରେ ବିଶ୍ୱାସର ବାର୍ତ୍ତା ଦେଇଥିଲେ ପ୍ରଣବ ପ୍ରକାଶ । ସଭାରେ ପ୍ରଣବ ପ୍ରକାଶଙ୍କ ସହିତ ସମ୍ବଲପୁର ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀ ମଧ୍ୟ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ