Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ୟାପକ ପରିମାଣ ରେ କେନ୍ଦୁକାଠ ଜବତ

ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ରେଞ୍ଜ ର କର୍ମଚାରୀମାନେ ଏକ ସଫଳଭାବରେ ଚଢ଼ାଉ କରି ବ୍ୟାପକ ପରିମାଣ ର କାଠପଠା ଜବତ କରିଛନ୍ତି l ରେଞ୍ଜର ଅଫିସର ଶ୍ରୀ ଜନାର୍ଦ୍ଦନ ଠାକୁରଙ୍କ ନେତୃତ୍ୱରେ ଏହି ଟିମ୍ ଛତରଦାଣ୍ଡି ସଂରକ୍ଷିତ ଜଙ୍ଗଲରୁ 32ଟି କେନ୍ଦୁଗଣ୍ଡି ଜବତ କରିଥିଲେ। ଫରେଷ୍ଟର ଶ୍ରୀ ଦିବସ ମାଝୀ ଏବଂ ଫୋରେଷ୍ଟ ଗାର୍ଡ ଶ୍ରୀ ଚନ୍ଦ୍ର ସେଖର ଦାଶ ଆଇପିସିଏ ସ୍କ୍ୱାଡ଼ ସହିତ ଏହି ଚଢ଼ାଉ କରିଥିଲେ। ଜବତ ସାମଗ୍ରୀ ରେଞ୍ଜ ଅଫିସ୍ କ୍ୟାମ୍ପସକୁ ଯାଞ୍ଚ ପାଇଁ ଅଣାଯାଇଛି। ବଙ୍ଗୋମୁଣ୍ଡା ରେଞ୍ଜ କର୍ମଚାରୀମାନଙ୍କୁ ଜଙ୍ଗଲ ସୁରକ୍ଷା ତଥା କାଠ ମାଫିଆ ମାନଙ୍କ ଠାରୁ ଏତେ ସଂଖ୍ୟକ କାଠ ପଠା ଜବତ କରିବା ବିଷୟ ବେଶ ଚର୍ଚା ଧରିଛି