Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଇଁଠାପାଲି ଯୁବାଗୋଷ୍ଠିଙ୍କ ସେବାମୂଳକ କାର୍ଯ୍ୟକ୍ରମ

ବରପାଲି: ବରପାଲି ବ୍ଲକ ଅଇଁଠାପାଲି ଯୁବା ସଙ୍ଗଠନ ପକ୍ଷରୁ ସମଲେଇ ପଦର ପାର୍ବତି ଗିରି ଅନାଥା ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ। ରବିବାର ପୁର୍ବାହ୍ନରେ ସଂଘ ସଦସ୍ୟ ମାନେ ଆଶ୍ରମରେ ପହଚିଂ ପରିଚାଳକ ଜଳନ୍ଧର ବାବୁଙ୍କ ସହ ସାକ୍ଷାତ ମାଧ୍ୟମରେ ପରିଚାଳନା ସମ୍ବନ୍ଧିତ ବିଷୟକୁ ନେଇ ଆଲୋଚନା କରିଥିଲେ। ପରେ ଆଶ୍ରମ ଅନ୍ତେବାସିଙ୍କୁ ସାକ୍ଷାତ କରି ହାଲଚାଲ ସମ୍ପର୍କରେ ପଚାରି ବୁଝିବା ସହ ବୟଷ୍କ ମାନଙ୍କ ମନୋବଳକୁ ଉତ୍ସାହିତ କରିବା ଉଦେଶ୍ୟ ନେଇ ହସଖୁସି ଆନନ୍ଦିତ ମାହୋଲ ପାଇଁ ଚେଷ୍ଟା କରିଥିଲେ। ଅସହାୟ ମାନଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ, ଖାଦ୍ୟ,ରାସନ ଓ ପରିଧାନ ସାମଗ୍ରୀ ମାନ ପ୍ରଦାନ କରିଥିଲେ। ପରେ ସ୍ବାସ୍ଥ୍ୟ ସମ୍ପର୍କରେ ପଚାରିବା ସହ ସ୍ବାସ୍ଥ୍ୟଗତ ବିଭିନ୍ନ ସଚେତନତା ସମ୍ବନ୍ଧରେ ବୁଝାଇଥିଲେ। ସଦସ୍ୟ ମାନେ ପ୍ରତ୍ୟାବର୍ତ୍ତନ ସମୟରେ ବୟସ୍କ ମାନେ ମେଲାଣି ସମୟରେ ସମସ୍ତ ସଦସ୍ୟଙ୍କୁ ସାମୁହିକ ଆଶୀର୍ବାଦ ଦେଇଥିଲେ। ସଦସ୍ଯ ମାନଙ୍କ ମଧ୍ୟରେ ଡିରେକ୍ଟର ବେହେରା, ବିନୋଦ ପଧାନ, ମଘାନନ୍ଦ ପଧାନ, ବୃନ୍ଦାବନ ବେହେରା, ଛାୟାକାନ୍ତ ବରିହା, ସଚ୍ଚିଦାନନ୍ଦ ବେହେରା, ମଗସିର ଭୋଇ, ଆନନ୍ଦ ପଧାନ, ନେତ୍ର।ନନ୍ଦ ପଧାନ, ପ୍ରଜାପତି ବେହେରା ପ୍ରମୁଖ ସାମିଲ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ