ଲୋକଙ୍କ ନାଁରେ ଋଣ ମଂଜୁର କରି ଆତ୍ମସାତ କରିଥିବା ଅଭିଯୋଗରେ ଗିରଫ ହେଲେ ଘରୋଇ ଫାଇନାନ୍ସ କମ୍ପାନୀର ମ୍ୟାନେଜେର ।


ସୁବର୍ଣ୍ଣପୁର-ସୁବର୍ଣ୍ଣପୁର ପୋଲିସ ହାତରେ ଗିରଫ ହେଲେ ଘରୋଇ ଫାଇନାନ୍ସ କମ୍ପାନୀର ମ୍ୟାନେଜେର । ଲୋକଙ୍କ ନାଁରେ ଋଣ ମଂଜୁର କରି ଆତ୍ମସାତ କରିଥିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି ସୋନପୁର ପୋଲିସ । ସୋନପୁର ସହର ରେ ନ୍ୟୁ ଅପରଚୁନିଟି କନସଲଟେନ୍ସି ପ୍ରାଇଭେଟ ଲିମିଟେଡ ନାମକ ଏକ ସଂସ୍ଥାର କାର୍ଯ୍ୟାଳୟ ଥିଲା । ସେହି କାର୍ଯ୍ୟାଳୟରେ ସୁବର୍ଣ୍ଣପୁର ଜିଲ୍ଲା ଅଇଁଲାଛାଟ ଅଂଚଳର ବିଭୁ ରଂଜନ ଦେହୁରୀ ନାମକ ଜଣେ ଯୁବକ ବ୍ରାଂଜ ମେନେଜର ଭାବେ କାର୍ଯ୍ୟକରୁଥିଲେ । ବିଭୁ ରଂଜନ ବିଭିନ୍ନ ସମୟରେ ବିଭିନ୍ନ ଲୋକଙ୍କ ନାମରେ ଋଣ ମଂଜୁର କରି ନିଜେ ଆତ୍ମସାତ କରୁଥିଲେ । ଧୀରେ ଧିରେ ଏହି ଖବର କମ୍ପାନୀ ପାଖରେ ପହଂଚିଲା ପରେ ଗତ ମାର୍ଚ୍ଚ ୩ ତାରିଖ ସେହି କମ୍ପାନୀର ଏରିଆ ମେନେଜର ବିପିନ ସାହୁ ଏନେଇ ସୋନପୁର ଥାନାରେ ଅଭିଯୋଗ କରିଥିଲେ । ପାଖା ପାଖି ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ସେ ଆତ୍ମସାତ କରିଥିବା ଏରିଆ ମେନେଜର ଜଣାଇଥିଲେ । ଏନେଇ ଅଭିଯୋଗ ପରେ ସୋନପୁର ପୋଲିସ ବିଭୁ ରଂଜନକୁ ଗିରଫ କରିଛି । ଏହାକୁ ନେଇ ସୋନପୁର ପୋଲିସ କାର୍ଯ୍ୟଳୟ ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଆସାମୀ ବିରୁଦ୍ଧରେ ଏକ ଠକାମି କେଶ୍ ରୁଜୁ କରାଯାଇ ଅଧିକ ଅନୁସନ୍ଧାନ ଜାରୀ ରହିଛି ବୋଲି ସୂଚନା ଦେଇଛନ୍ତି ।