Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାଲିଗାଦାର ଜଳ ପ୍ରପାତ ରେ ଗାଧେଇବା ସମୟରେ ଦୁଇ ସାଙ୍ଗଙ୍କ ମୃତ

ପଟ୍ଟାଙ୍ଗି୧୪/୦୫ସାଙ୍ଗ ହୋଇ ଆସିଥିଲେ ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ହତ ଧରାଧରି ହୋଇ ଚାଲିଗଲେ ଆରପାରିକୁ । ଏହିପରି ଏକ ହୃଦୟ ବିଦାରକ ଘଟଣା ଘଟିଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ନୂଆଗାଁ ଗ୍ରାମ ପଞ୍ଚାୟତ ର ଗାଲି ଗାଵଡର ଠାରେ । ସୂଚନାଯୋଗ୍ୟ କି କୋରାପୁଟ ଟାଉନ ପି ଏଚ ଡି କଲୋନୀର ଆଶିଷ କୁମାର ପଣ୍ଡା(୨୪) ଏବଂ ଜାନିଗୁଡ଼ା ର ନିତେଶ କୁମାର ଦାସ(୨୪) ଦୁଇ ସାଙ୍ଗ ସହ ଅନ୍ୟ ଏକ ସାଙ୍ଗ ମିଶି ଏକ ଜିପ ଗାଡ଼ି ଯୋଗେ ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ଅନ୍ତର୍ଗତ ରାଥିବାଲି ଜଳପ୍ରପାତ ପର୍ଯ୍ୟଟନ ସ୍ଥଳୀରେ ପହଞ୍ଚି ବୁଲା ବୁଲି କରିବା ସହ ଗାଧୋଇଥିଲେ। ଏହି ସମୟରେ ଉପରୋକ୍ତ ଦୁଇ ସାହିର ଦୁଇ ସାଙ୍ଗ ଆଗ ପଛ ହୋଇ ଗାଧେଇବା ସ୍ଥାନରେ ରହିଥିବା ଏକ ବଡ ଧରଣର ଗାତରେ ଫସି ତଳକୁ ଖସି ପଡିଥିଲେ । ଏହିପରି ଦୃଶ୍ୟକୁ ଦେଖି ଘଟଣା ସ୍ଥଳରେ ଉପସ୍ଥିତ ରହିଥିବା ଅନ୍ୟ ସାଙ୍ଗ ଜଣକ ଫସି ରହିଥିବା ଦୁଇ ସାଙ୍ଗକୁ ଉଧାର କରିବାକୁ ଚେଷ୍ଟା କଟିଥିଲେ ମଧ୍ୟ ବିଫଳ ହୋଇଥିଲେ ଶେଷରେ ଉକ୍ତ ପର୍ଯ୍ୟଟନ ସ୍ଥଳୀରେ ଉପସ୍ଥିତ ରହିଥିବା ଅନ୍ୟ କିଛି ପର୍ଯ୍ୟଟକ ଏବଂ ପର୍ଯ୍ୟଟନ ସ୍ଥଳୀକୁ ଲାଗି ରହିଥିବା ଗାଲିଗାବଡ଼ର ଗ୍ରାମର ଯୁବଗୋଷ୍ଠୀ ପହଞ୍ଚି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ପରେ ଅଗ୍ନିଶମ ବିଭାଗର କର୍ମଚାରୀ ଓ ଉପରୋକ୍ତ ଯୁବଗୋଷ୍ଠୀ ଏବଂ ପର୍ଯ୍ୟଟକ ମାନେ ମିଶି  ପାଣିରେ ବୁଡି ଏକ ଖାଲ ଭିତରେ ଫସି ରହିଥିବା ଦୁଇସାଙ୍ଗକୁ ମୃତ ଅବସ୍ଥାରେ ଉଧାର କରିଥିଲେ । ଅନ୍ୟ ପକ୍ଷରେ ଉଧାର ଦୁଇ ସାଙ୍ଗ ମୃତ ଦେହ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ୟବଛେଦ ନିମନ୍ତେ ପହଞ୍ଚି ଥିବା ବେଳେ କୋଟିଆ ପୋଲିସ ନିକଟରେ ପରିବାର ପକ୍ଷରୁ ବିଳମ୍ବରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ବ୍ୟବଛେଦ ସମୟ ଅତିବାହିତ ହୋଇଥିବା ରୁ ଦୁଇ ମୃତ ଦେହ ମଙ୍ଗଳବାର ବ୍ୟବଚ୍ଛେଦ କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରି ପୋଲିସ ଏକ କେସ୍ ନଂ ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ