ଭୁବନେଶ୍ୱର: ଖରା ଦିନ ଆସିଲେ ବଜାର ଛକରେ ସବୁଠି ତରଭୁଜର ପସରା ଦେଖିବାକୁ ମିଳେ । ଏହି ସମୟରେ ତରଭୁଜ ଖାଇବାକୁ ଲୋକେ ବେଶ ପସନ୍ଦ ମଧ୍ୟ କରିଥାନ୍ତି । କୁହାଯାଏ ଗ୍ରୀଷ୍ମ ସମୟରେ ତରଭୁଜ ଶରୀର ପାଇଁ ବଡ ଉପକାରୀ । ଏହା ଶରୀରକୁ ଜଳୀୟ ଅଂଶ ପ୍ରଦାନ କରିଥାଏ । ତେଣୁ ଲୋକେ ତରଭୁଜ ଖାଇଥାନ୍ତି । କିନ୍ତୁ ତରଭୁଜକୁ ନେଇ ଭୁବନେଶ୍ୱରବାସୀ ସାବଧାନ । ରାଜଧାନୀବାସୀ ଯେଉଁ ତରଭୁଜ ଖାଉଛନ୍ତି ତାହା ସତରେ କଣ ସତେଜ ? କଣ ଭଲ ତରଭୁଜ ଖାଉଛନ୍ତି ? ଏହି ପ୍ରଶ୍ନ ଏଥିପାଇଁ ଉଠିଛି କାରଣ ଯେଉଁ ତରଭୁଜକୁ ଲୋକେ ଆନନ୍ଦର ସହ ଖାଉଛନ୍ତି ତାହାକୁ ଇଞ୍ଜେକନ ଦେଇ ପାଚିଲା କରାଯାଉଛି । ଲାଲ ରଙ୍ଗ ଦେଖି ଅର୍ଥାତ ତରଭୁଜ ପାଚିଲା ଥିବା ଦେଖି ଲୋକେ ଖାଉଛନ୍ତି ।
ତେବେ ସବୁ ତରଭୁଜକୁ ଇଞ୍ଜେକ୍ସନ ଦେଇ ପଚା ଯାଉଥିବା ତାହା ମଧ୍ୟ କହିବା ଭୁଲ ହେବ । କିନ୍ତୁ ଆପଣମାନଙ୍କୁ ଆମେ ଏମିତି ଏକ ଟିପ୍ସ ଜଣାଇବୁ ଯଦ୍ୱାରା ଆପଣ ସହଜରେ ଜାଣି ପାରିବେ କେଉଁ ତରଭୁଜକୁ ଇଞ୍ଜେକ୍ସନ ଦେଇ ଲାଲ କରାଯାଇଛି ଏବଂ କେଉଁ ତରଭୁଜ ସ୍ୱତପ୍ରବୃତ ଭାବେ ପାଚିଛି । ଏଥିପାଇଁ ଆପଣଙ୍କୁ ବାସ୍ ଗୋଟିଏ ଟିସୁ ପେପର ଦରକାର । ଆପଣ ତରଭୁଜକୁ ଦୁଇ ଖଣ୍ଡ କାଟିବା ପରେ ତା ଉପରେ ଟିସୁ ପେପର ଦିଅନ୍ତୁ । କିମ୍ବା ଟିସୁ ପେପରକୁ ତରଭୁଜ ଖଣ୍ଡ ଉପରେ ଘଷନ୍ତୁ । କିଛି ସମୟ ଅପେକ୍ଷା କରନ୍ତୁ । ଦେଖିବେ ଟିସୁ ପେପରର ରଙ୍ଗ ଯଦି ଲାଲ ହୋଇ ଯାଉଛି ତେବେ ଜାଣି ରଖନ୍ତୁ ତରଭୁଜକୁ ଇଞ୍ଜେକନ୍ସ ଦେଇ ପଚା ଯାଇଛି । ଯଦି ଟିସୁ ପେପର ଲାଲ ହେଉନି ତେବେ ଉକ୍ତ ତରଭୁଜ ସତେଜ ଏବଂ ଠିକ୍ ।
ତେଣୁ ଯେ କୌଣସି ତରଭୁଜ ଦୋକାନକୁ ଗଲେ ସାଙ୍ଗରେ ଟିସୁ ପେପର ନେଇ କି ଯାଆନ୍ତୁ । ଆଉ ଦୋକାନୀ ସାମ୍ନାରେ ଏହା ପରୀକ୍ଷା କରି ସତ୍ୟାସତ୍ୟ ଜାଣନ୍ତୁ । ଏ ସଂପର୍କରେ ଆପଣ ନିଜ ପରିବାର ଏବଂ ସାଙ୍ଗସାଥୀଙ୍କୁ ମଧ୍ୟ ସଚେତନ କରାଇ ପାରିବେ । ନଚେତ୍ ଆମେ ଲାଲରଙ୍ଗର ତରଭୁଜ ପ୍ରେମରେ ପଡି ଶରୀର ଭିତରେ ଇଞ୍ଜେକ୍ସନ ଦେଉଥିବା । ତେବେ ଏହା କେବଳ ଭୁବନେଶ୍ୱରରେ ମିଳୁଥିବା ତରଭୁଜରେ ଇଞ୍ଜେକ୍ସନ ଦିଆଯାଉନି, ଅନ୍ୟ ଅଞ୍ଚଳରେ ବି ଏମିତି ଘଟୁଥିବ ।