Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତମାଳା ଟ୍ରନେଲ୍ କାର୍ଯ୍ୟ ସ୍ଥଳୀ କୁ ଜିଲ୍ଲାପାଳ ଗସ୍ତ କରି ଫେରିବାର ଦୁଇଦିନ ପରେ ଦୁର୍ଘଟଣା ଜଣେ ଶ୍ରମିକଙ୍କ ମୃତ ଅନ୍ୟଜଣେ ଆହତ

ପଟ୍ଟାଙ୍ଗି୨୫/୦୫ଛତିଶଗଡ଼ ରୁ ଆନ୍ଧ୍ର ରାଜ୍ୟ ବିଶାଖାପାଟଣା କୁ ସଂଯୋଗ କରୁଥିବା ଭାରତମାଳା ରାସ୍ତା ନିର୍ମାଣ କାର୍ଯ୍ୟରେ ରହିଥିବା ଟ୍ରନେଲ୍ କାର୍ଯ୍ୟ କୁ ତଦାରଖ କରି ଜିଲ୍ଲାପାଳ ଫେରିବା ର ଠିକ୍ ଦୁଇଦିନ ପରେ ଟ୍ରନେଲ୍ ରେ ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କ ମୃତ ଘଟିଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଆହତ ହୋଇ ଆନ୍ଧ୍ର ରାଜ୍ୟର ବିଶାଖାପାଟଣା ର ଏକ ଘରୋଇ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ ହୋଇ ଚିକିତ୍ସା ଧିନ ରହିଥିବା ବେଳେ ରାସ୍ତା ନିର୍ମାଣ କାର୍ଯ୍ୟ ରେ ନିୟୋଜିତ ରହିଥିବା କମ୍ପାନୀ କତ୍ରୃପକ୍ଷ ମୁଁହ ଖୋଲୁ ନଥିବା ନେଇ ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ସୂଚନା ମୁତାବକ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି
ବ୍ଲକ ଅନ୍ତର୍ଗତ ଅମ୍ପାବାଲି ପଞ୍ଚାୟତ ନିକଟସ୍ଥ କୁର୍ଲି ଗ୍ରାମରେ ଏକ ଟ୍ରନେଲ୍ କାର୍ଯ୍ୟ ଚାଲିଥିବା ବେଳେ ଗୁରୁତର ବିଳମ୍ବିତ ରାତିରେ ମାଟି ଅତଡା ସହ ପଥର ଖସି ପଡିଥିଲା । ଯାହା ଫଳରେ ମାଟି ଅତଡା ତଳେ ଦୁଇ ଶ୍ରମିକ ଚାପି ହୋଇ ଯାଇଥିବା ବେଳେ ଘଟଣା ସ୍ଥଳେ ଉପସ୍ଥିତ ରହିଥିବା ଅନ୍ୟ ଶ୍ରମିକ ମାନେ ମାଟି ତଳେ ଚାପି ହୋଇ ପଡିଥିବା ଦୁଇ ଶ୍ରମିକଙ୍କୁ ଉଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚାଇଥିଲେ ମଧ୍ୟ ସେଥି ମଧ୍ୟରୁ ଜଣେ ଯିଏକି ଝାଡଖଣ୍ଡ ଅଞ୍ଚଳର ଶ୍ରମିକ ମୁକେଶ ମୁର୍ମୁ ଙ୍କ ମୃତ ଘଟି ଥିବାବେଳେ ଅନ୍ୟ ଜଣେ ଶ୍ରମିକ ରାୟଗଡ଼ା ଜିଲ୍ଲା ଟିକିରି ଅଞ୍ଚଳର ଲକ୍ଷ୍ମୀ ଧର ମାଝି ଗୁରୁତର ଆହତ ହୋଇ ଥିବା ବେଳେ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ପରେ ଆନ୍ଧ୍ର ରାଜ୍ୟର ବିଶାଖାପାଟଣା କୁ ସ୍ଥାନାନ୍ତରିତ କରା ଯାଇଥିବା ଜଣାପଡ଼ିଛି । ଏନେଇ ସୁଙ୍କି ପୋଲିସ ନିକଟରେ ଏକ କେସ୍ ରୁଜ୍ଜୁ ହୋଇଥିବା ସହ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଏଥିରେ କେଉଁ କାରଣ ପାଇଁ ଏତେବଡ଼ ଦୁର୍ଘଟଣା ଘଟିଲା ସେନେଇ କମ୍ପାନୀ କତ୍ରୃପକ୍ଷ କୈଣସି ପ୍ରକାରରେ ମୁହଁ ଖୋଲୁ ନାହିଁ । ଅନ୍ୟପକ୍ଷରେ ବ୍ଲକର ଅନ୍ୟତମ ପଞ୍ଚାୟତ ଚନ୍ଦକା ପଞ୍ଚାୟତ ର ବାରଜ ଗ୍ରାମ ନିକଟରେ ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ଏହାକୁ ନେଇ ଜିଲ୍ଲାପାଳ ଭି କିର୍ତ୍ତି ଭାସନ ମଙ୍ଗଳବାର ଗସ୍ତ କରି ଟ୍ରନେଲ୍ କାର୍ଯ୍ୟ ତଦାରଖ କରି ଫେରିବା ର ଦୁଇଦିନ ପରେ ଏହିପରି ଦୁର୍ଘଟଣା ଘଟିବା ନିୟୋଜିତ କମ୍ପାନୀ ର କାର୍ଯ୍ୟ ଓ ଦକ୍ଷତା ଉପରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଏଠାରେ ସୂଚନା ଥାଉକି ଭାରତମାଳା ପ୍ରକଳ୍ପ ଦ୍ବାରା ନିର୍ମାଣ ହେଉଥିବା ରାସ୍ତା କାର୍ଯ୍ୟ ହେଉ ବା ଟ୍ରନେଲ୍ କାର୍ଯ୍ୟ ରେ ନିୟୋଜିତ ଶ୍ରମିକଙ୍କ ମଧ୍ୟରେ ଅନେକ ଦୁର୍ଘଟଣା ଘଟି ମୃତ ଆହତ ହୋଇଥିଲେ ମଧ୍ୟ ଏଥିରେ କମ୍ପାନୀ କତ୍ରୃପକ୍ଷ ପୋଲିସ ସହ ଆପଷ ବୁଝାମଣା କରି ଚୁପଚାପ୍ ରହୁଥିବା ଥିବା ସହ କୈଣସି ତପ୍ତରତା ପ୍ରକାଶ କରୁନାହିଁ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ