ଦଶମ ଶ୍ରେଣୀ ପରୀକ୍ଷାରେ ଅର୍ପିତା ବେଲଗୁଣ୍ଠା ବ୍ଲକ ଟପର


ବେଲଗୁଣ୍ଠା, 26/05, ଆଜି ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ତରଫରୁ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାଫଳ ପ୍ରକାଶ ପାଇଛି I ଚଳିତ ବର୍ଷ ବେଲଗୁଣ୍ଠା ବ୍ଳକ୍ ରେ ଦଶମ ଶ୍ରେଣୀ ପରୀକ୍ଷାଫଳ ସନ୍ତୋଷଜନକ ରହିଥିବା ବେଳେ ବ୍ଳକ୍ ର ବଡ଼ବୋର୍ସିଂ ଆଞ୍ଚଳିକ ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଅର୍ପିତା ନାୟକ ବ୍ଳକ୍ ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି I ଅର୍ପିତା ମୋଟ 600 ନମ୍ବର୍ ରୁ 540 ମାର୍କ୍ ରଖି ବ୍ଳକ୍ ର ଏକ ମାତ୍ର ଛାତ୍ରୀ ଭାବେ A1 ଗ୍ରେଡ୍ ହାସଲ କରିଛନ୍ତି I ଅର୍ପିତା ହେଉଛନ୍ତି ପିତା ହଜାରୀ ନାୟକ ଏବଂ ମାତା ସସ୍ମିତା ନାୟକଙ୍କ ସୁପୁତ୍ରୀ I ଅର୍ପିତା ଦୈନିକ ଆଠରୁ ଦଶ ଘଣ୍ଟା କଠିନ ପରିଶ୍ରମ କରି ଏହି ସଫଳତା ହାସଲ କରିଥିବା ବେଳେ ଭବିଷ୍ୟତରେ ସେ ଜଣେ ଭାରତୀୟ ପ୍ରଶାସନିକ ଅଧିକାରୀ ହେବେ ବୋଲି ଲକ୍ଷ୍ୟ ରଖିଥିବା କଥା ପ୍ରକାଶ କରିଛନ୍ତି I ଅର୍ପିତା ଏହି ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଦିତ୍ୟ ବ୍ରହ୍ମାଙ୍କ ସମେତ ସମସ୍ତ ଶିକ୍ଷକ କର୍ମଚାରୀ,ଟିଉଟୋରିଆଲ୍ ଶିକ୍ଷକ ଏବଂ ପରିବାର ସଦସ୍ୟ ଶୁଭେଚ୍ଛା ଜଣାଇଛନ୍ତି I