Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଦଳିବକି ବିହାର ରାଜନୈତିକ ମୋଡ !

ପାଟନା:ବିହାର ରାଜନୀତିରେ ପୁଣି ଥରେ ନୂଆଁ ଚମକ ସାମ୍ନାକୁ ଆସିପାରେ!ଏଭଳି ସମ୍ଭାବନାରେ ରାଜନୈତିକ ହଲଚଲ ହେଉଛି। ଅନ୍ୟ ରାଜ୍ୟ ତୁଳନାରେ ବିହାର ରାଜନୀତି କ୍ଷମତାର ବହୁରୂପି ରଙ୍ଗର ଇନ୍ଦ୍ରଧନୁ।ଅଧିକ ଥର ଦଳବଦଳ ହୋଇଥିବା କେବଳ ବିହାରରେ ଦେଖାଯାଇଛି।
ଚଳିତ ବର୍ଷ ଆରମ୍ଭରୁ ହିଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ତାଙ୍କ ଜେଡିୟୁ ଦଳ ନିଷ୍ପତ୍ତିରୁ ଅଲଗା ହୋଇଥିଲେ।ୟପିଏ ମେଣ୍ଟରୁ ଓଲ୍ଲେଇ ଏନ୍‌ଡିଏ ସିଟ୍ ରେ ବସିଥିଲେ। ଏହାକୁ ନେଇ ରାଜନୈତିକ ହଙ୍ଗାମା ମଧ୍ୟ ଦେଖିବାକୁ ମିଳିଥିଲା। ଏବେ ପୁଣି ଏହି ମେଣ୍ଟର ଗତିବିଧି ବଦଳି ପାରେ ବୋଲି ଆଶଙ୍କା ହେଲାଣି।ତେଜସ୍ବୀ ଯାଦବଙ୍କ ଏକ ବୟାନ ଏଭଳି ଚର୍ଚ୍ଚାର ଦୀପ ଜାଳିଛି।
ନୀତୀଶ କୁମାରଙ୍କୁ ନେଇ ତେଜସ୍ବୀ ବଡ଼ ବୟାନ ଦେଇଛନ୍ତି। କୁଆଡେ ନିଜକୁ ରକ୍ଷା କରିବାକୁ ଯାଇ ନୀତୀଶ ନିଜ ନିଷ୍ପତ୍ତି ବଦଲାଇ ପାରନ୍ତି ! ତେଜସ୍ୱୀ କହିଛନ୍ତି ଯେ, ନୀତୀଶ ଜୁନ ୪ ପରେ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ସେ ନିଜ ଦଳକୁ ରକ୍ଷା କରିବାକୁ ଯାଇ ବଡ଼ ନିଷ୍ପତ୍ତି ନେବେ। ତେଜସ୍ୱୀଙ୍କ ଏହି ବୟାନ ପରେ ପୁଣିଥରେ ବିହାରରେ ବଡ ଧରଣର ଅଦଳବଦଳ ଆଶଙ୍କା ଥିବା ଅନୁମାନ କରାଯାଇପାରେ ? ନୀତୀଶ ଏନ୍‌ଡିଏରୁ ଅଲଗା ହୋଇ ‘ଇଣ୍ଡିଆ’ ମେଣ୍ଟ ସହ ଆସିପାରନ୍ତି ବୋଲି ତେଜସ୍ୱୀଙ୍କ ବୟାନ ଏକପ୍ରକାର ଇସାରା ଦେଉଛି।
ତେବେ ତେଜସ୍ବୀଙ୍କୁ ଏନେଇ କହିଛନ୍ତି ଜୁନ୍‌ ୪ ପରେ ବଡ଼ ନିଷ୍ପତ୍ତି ହେବ ଏବଂ ସମସ୍ତଙ୍କୁ ସୂଚନା ମିଳିଯିବ।ଅପରପକ୍ଷରେ ଏନ୍‌ଡିଏ ସହ ବର୍ଷ ଆରମ୍ଭରେ ମିଶିବା ପରେ ନୀତୀଶ କହିଥିଲେ ଏହା ତାଙ୍କ ଦଳ ପାଇଁ ଫାଇନାଲ ନିଷ୍ପତ୍ତି । ବିହାରର ପ୍ରଗତି ପାଇଁ ଏନଡିଏ ଏକମାତ୍ର ବିକଳ୍ପ ଓ ଆଗକୁ ପୁଣି କେଉଁଆଡେ ଯିବେ ନାହିଁ। ତେବେ ତେଜସ୍ୱୀଙ୍କ ବୟାନ ଓ ନୀତୀଶଙ୍କ ନିଷ୍ପତ୍ତି ଜୁନ ୪ ପରେ କେଉଁ ମୋଡ ବଦଲାଉଛି ଅବା ଅଟଳ ରହୁଛି ତାହା ଦେଖିବାକୁ ଏବେ ବାକି ରହିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ