ମହିଳାଙ୍କୁ ରବୀନା ଟଣ୍ଡନଙ୍କ ମାଡପିଟି ଅଭିଯୋଗ, ପଦାକୁ ଆସିଲା ସତ


ମୁମ୍ବାଇ: ବିବାଦ ଘେରରେ ଫସିଛନ୍ତି ବଲିଉଡ଼ ଅଭିନେତ୍ରୀ ରବୀନା ଟଣ୍ଡନ । କିଛି ମହିଳାଙ୍କୁ ରବୀନା ମାଡପିଟ କରିଥିବା ନେଇ ଥାନାରେ ହୋଇଛି ଅଭିଯୋଗ । ତେବେ ଏହି ଘଟଣାରେ ସତ ପଦାକୁ ଆସିଛି । ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ପୋଲିସ ପ୍ରତିକ୍ରିୟା ରଖିଛି । ରବୀନା ଟଣ୍ଡନ ମାଡ଼ପିଟ କରିନାହାନ୍ତି, ତାଙ୍କ ନାଁରେ ମିଛ ଅଭିଯୋଗ ହୋଇଥିବା ପୋଲିସ କହିଛି । ଜଣେ ବୃଦ୍ଧାଙ୍କ ସମେତ   ମହିଳାଙ୍କ ସହ ମାରପିଟ୍ କରିବା ନେଇ ରବୀନାଙ୍କ ନାଁରେ ଅଭିଯୋଗ ହୋଇଥିଲା।

ତଦନ୍ତ କରୁଥିବା ପୋଲିସ ଅଧିକାରୀ କହିଛନ୍ତି, ଅଭିଯୋଗକାରୀମାନେ ରବୀନା ଟଣ୍ଡନଙ୍କ ନାଁରେ ମିଥ୍ୟା ଅଭିଯୋଗ ଆଣିଛନ୍ତି । ଘଟଣାକୁ ନେଇ ସମ୍ପୂର୍ଣ୍ଣ ସିସିଟିଭି ଫୁଟେଜ ଯାଞ୍ଚ କରାଯାଇଛି । ଏଥିରେ ଅଭିନେତ୍ରୀଙ୍କ ଡ୍ରାଇଭର କାର୍ ପଛକୁ କରି ପାର୍କିଂ କରୁଥିବା ବେଳେ , ସେହି ରାସ୍ତା ଦେଇ ମହିଳାଙ୍କ ଏକ ଗ୍ରୁପ୍ ଯାଉଥିଲେ । କାର୍ ବ୍ୟାକ୍ କରିବା ବେଳେ ପଛରେ କେହି ଅଛନ୍ତି କି ନାହିଁ ଦେଖିକି ବ୍ୟାକ୍ କରନ୍ତୁ ବୋଲି ସେମାନେ କହିଥିଲେ । ଏହି କଥାକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଯାଇଥିଲା । କିନ୍ତୁ କାର କାହାକୁ ଧକ୍କା ମାରି ନଥିଲା କି କେହି ଆହତ ହୋଇ ନଥିଲେ ।

ରବୀନା ନିଜ ଉପରେ ଲାଗିଥିବା ଏପରି ଅଭିଯୋଗକୁ ନେଇ ଇଷ୍ଟାଗ୍ରାମରେ ଷ୍ଟୋରୀ ଅପଲୋଡ କରିଥିଲେ । ସେ କହିଥିଲେ କି ଯେଉଁ ପ୍ରକାର ଏହି ଘଟଣାକୁ ଦର୍ଶାଯାଇଛି, ସେଥିରେ ସେ ଭୁଲ୍ ବୋଲି ଜଣାପଡୁଛନ୍ତି । କିନ୍ତୁ ସିସିଟିଭିରେ ସତ କଥା ପ୍ରମାଣ ହୋଇଯିବ । କାର୍ ପାର୍କିଂ ବେଳେ ମହିଳାଙ୍କ ଏକ ଗ୍ରୁପ୍ ସହ ତାଙ୍କ ଡ୍ରାଇଭର ଯୁକ୍ତିତର୍କ ଏବଂ ଧକ୍କା ମରାମରି ପରିସ୍ଥିତି ସୃଷ୍ଟି ହୋଇଯାଇଥିଲା । ସେତେବେଳେ ନିଜ ଡ୍ରାଇଭରକୁ ବଞ୍ଚାଇବା ପାଇଁ ସେ ଏଥିରେ ସାମିଲ ହୋଇଥିଲେ ବୋଲି ରବୀନା ଉଲ୍ଲେଖ କରିଛନ୍ତି ।