Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୋରଡ଼lରେ ବିଜେପିର ନୀଳମଣି ବିଷୋୟୀ ବିପୁଳ ଭୋଟରେ ବିଜୟୀ

ବେଲଗୁଣ୍ଠା:୪/୬-ସବୁ କଳ୍ପନାଜଳ୍ପନାର ଅବସାନ ଘଟାଇ ଆସିଯାଇଛି ୨୦୨୪ ନିର୍ବାଚନ ଫଳାଫଳ ।ଗତ ୧୫ ବର୍ଷର ବିଜେଡି ଗଡକୁ ଧସେଇ ପଶି ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି ବିଜେପିର ନୀଳମଣି ବିଷୋୟୀ ।ଏହି ନିର୍ବାଚନରେ ନୀଳମଣି ୨୮୨୦୩ ଭଳି ବିପୁଳ ଭୋଟ ବ୍ୟବଧାନରେ ସୋରଡାର ୩ ଥରର ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ପତ୍ନୀ ସଙ୍ଘମିତ୍ରା ସ୍ବାଇଁଙ୍କୁ ପରାଜିତ କରିଛନ୍ତି । ବାରମ୍ବାର ଅଳ୍ପକେ ପ୍ରତ୍ୟେକ୍ଷ ଓ ପରୋକ୍ଷରେ ପରାଜୟର ସ୍ବାଦ ଚାଖିଥିବା ନୀଳମଣି ୨୦୦୯ ରେ ସ୍ୱାଧୀନ ପ୍ରାର୍ଥୀ କମ ଭୋଟ ବେବଧାନରେ ଜୋରଦାର ଲଢେ଼ଇ କରି ପରାଜିତ ହୋଇଥିଲେ । ସେହିପରି ୨୦୧୪ ରେ ମଧ୍ୟ ତାଙ୍କ ଭାଇ ବସନ୍ତ କୁମାର ବିଷୋୟୀ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ ।ପୁଣି ନୀଳମଣି ବିଜେପି ତରଫରୁ ୨୦୧୯ରେ ମଧ୍ୟ ପ୍ରାର୍ଥୀ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ଠାରୁ ପରାଜିତ ହୋଇଥିଲେ । କିନ୍ତୁ ଏହି ନିର୍ବାଚନରେ ନୀଳମଣି ବିଷୋୟୀ ନିଜର ଲୋକସମ୍ପର୍କ ଏବଂ ଲୋକପ୍ରିୟତାକୁ ପାଥେୟ କରି ବିଜେପିର ଆସ୍ଥା ଭାଜନ ହୋଇ ନିର୍ବାଚନ ଲଢିଥିଲେ । ତୃଣମୂଳ ସ୍ତରରେ ଲୋକମାନଙ୍କୁ ସଙ୍ଗଠିତ କରି ନିଜ ସପକ୍ଷରେ ଭୋଟ ଭିକ୍ଷା କରି ସଫଳ ହୋଇଛନ୍ତି । ୧୨୯ ନମ୍ବର ସୋରଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀର ମୋଟ ୧୯ ରାଉଣ୍ଡ ଗଣତି ହୋଇଥିଲା ।ପ୍ରତି ରାଉଣ୍ଡରେ ନୀଳମଣି ବିଜେଡି ପ୍ରାର୍ଥୀ ସଙ୍ଘମିତ୍ରାଙ୍କ ଠାରୁ ଆଗରେ ରହି ଶେଷ ରାଉଣ୍ଡ ବେଳକୁ ସର୍ବମୋଟ ୨୮୨୦୩ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଥିଲେ ।ଏ ନେଇ ସୋରଡl ନିର୍ବାଚନ ମଣ୍ଡଳୀ ଓ ବିଶେଷ କରି ବେଲଗୁଣ୍ଠା ବ୍ଳକରେ ବିଜେପି କର୍ମୀ ଓ ନୀଳମଣି ଙ୍କ ସମର୍ଥକଙ୍କ ଗହଣରେ ଖୁସିର ମାହୋଲ ଖେଳିଯାଇଛି । ବେଲଗୁଣ୍ଠା ଏନ୍.ଏ.ସି ରେ ବିଜେଡ଼ି ଛାଡି ବିଜେପି ରେ ଯୋଗ ଦେଇଥିବା ବିଜେପି ନେତା ତଥା ଉପନଗରପାଳ ପ୍ରତିନିଧି ଚିନ୍ଂ ଲିଙ୍ଗରାଜ ପାତ୍ରଙ୍କ ଯାଦୁ ଚାଲିଛି । ଯେଉଁ ବେଲଗୁଣ୍ଠାରେ ଗତ ପୌର ନିର୍ବାଚନରେ ଲିଙ୍ଗରାଜ ପାତ୍ର ଓ ତାଙ୍କ ସମର୍ଥକଙ୍କ ପାଇଁ ବିଜେଡି ଏକ ତରଫା ବିଜୟ ଲାଭ କରି ପରିଷଦ ହାତେଇ ଥିଲା ସେଠାରେ ଲିଙ୍ଗରାଜଙ୍କ ଉତ୍ତମ ଗୋଟି ଚାଳନାରେ ବିଜେପି ପ୍ରାୟ ୧୦୭୭ ଭୋଟ ଅଧିକ ପାଇଥିବା ଜଣାପଡିଛି । ଫଳରେ ଦିନରାତି ଅକ୍ଳାନ୍ତ ପରିଶ୍ରମ କରିଥିବା ବିଜେପି କର୍ମୀ ମାନେ ଅଦିନିଆ ଦୀପାବଳୀ ପାଳନ କରିଥିବା ଦେଖାଦେଇଛି । ଦୀର୍ଘ ୨୫ ବର୍ଷର ଶାସନ ବଦଳିବା ନେଇ ବିଜେପି ନେତା ଓ କର୍ମୀ ମାନେ ଉତ୍ସବ ମନାଉଥିବା ବେଳେ ଭୋଟର ମଧ୍ୟ ନୁଆ ସରକାର ପାଇ ଉତ୍ସାହିତ ଥିବା ଦେଖାଯାଇଛି ଏବଂ ବିଜେଡି ଶିବିରରେ ଏକ ପ୍ରକାରର ଶାନ୍ତ ହୋଇଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories