ସତୁରି ବର୍ଷ ପରେ ବେଲଗୁଣ୍ଠା ବ୍ଳକ ରୁ ବିଧାୟକ ରୂପେ ନିର୍ବାଚିତ ହେଲେ ନୀଳମଣି


ବେଲଗୁଣ୍ଠା,04/06, ସତୁରୀ ବର୍ଷ ପରେ ବେଲଗୁଣ୍ଠା ବ୍ଳକ୍ ରୁ ଓଡ଼ିଶା ବିଧାନ ସଭା ପାଇଁ ବିଧାୟକ ରୂପେ ନିର୍ବାଚିତ ହୋଇଛନ୍ତି ନୀଳମଣି ବିଷୋୟୀ ଯାହା ବେଲଗୁଣ୍ଠା ଅଞ୍ଚଳରେ ଖୁସିର ଲହରୀ ଖେଳାଇ ଦେଇଛି I ସୂଚନା ପ୍ରକାରେ ସ୍ୱାଧୀନତା ପରେ ବେଲଗୁଣ୍ଠା ବ୍ଳକ୍ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅଧୀନରେ ଥିଲା I ଏହି ସମୟରେ ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ନାଟଙ୍ଗା ପଞ୍ଚାୟତ ଅନ୍ତର୍ଗତ ରତନପୁର ଗ୍ରାମର ଗାନ୍ଧୀବାଦୀ ନେତା ଦୀନବନ୍ଧୁ ବେହେରା ସ୍ଵାଧୀନ ପ୍ରାର୍ଥୀ ଭାବେ ପ୍ରଥମ ଥର ପାଇଁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ I ଏହା ପରଠାରୁ ଭଞ୍ଜନଗର ଅଞ୍ଚଳରୁ ହିଁ ବିଧାୟକ ପ୍ରାର୍ଥୀ ନିର୍ବାଚିତ ହେଉଥିବା ବେଳେ ବେଲଗୁଣ୍ଠା ବ୍ଳକ୍ ରୁ କୌଣସି ବିଧାୟକ ପ୍ରାର୍ଥୀ ନିର୍ବାଚିତ ହୋଇଥିଲେ I 2009 ରେ ସୋରଡ଼ା ନିର୍ବାଚନ ମଣ୍ଡଳୀ ପୁନର୍ଗଠିତ ହେବା ପରେ ବେଲଗୁଣ୍ଠା ବ୍ଳକ୍ ଏବଂ ଏନ୍ଏସି ସୋରଡ଼ା ନିର୍ବାଚନ ମଣ୍ଡଳୀର ଅନ୍ତର୍ଭୁକ୍ତ ହୋଇଥିଲା I ଏହାପରଠୁ ଠାରୁ ସୋରଡ଼ାରୁ ବିଜେଡ଼ିର ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଲଗାତାର ଭାବେ ତିନିଥର ହେଲା ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଥିବା ବେଳେ ବେଲଗୁଣ୍ଠା ବ୍ଳକ୍ ରୁ ନୀଳମଣି ବିଷୋୟୀ କଡ୍ଡା ଟକ୍କର ଦେଇ ଆସୁଥିଲେ I ଚଳିତ ନିର୍ବାଚନରେ ବିଜେଡ଼ି ପୂର୍ଣ୍ଣଚନ୍ଦ୍ରଙ୍କ ଧର୍ମପତ୍ନୀ ସଂଘମିତ୍ରା ସ୍ୱାଇଁଙ୍କୁ ଟିକେଟ୍ ଦେଇଥିବା ବେଳେ ଭାରତୀୟ ଜନତା ପାର୍ଟି ପକ୍ଷରୁ ନୀଳମଣି ବିଷୋୟୀ ଟିକେଟ୍ ପାଇ 28000 ରୁ ଊର୍ଦ୍ଧ୍ଵ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି I ନୀଳମଣି ହେଉଛନ୍ତି ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗାଙ୍ଗପୁର ଗ୍ରାମ ନିବାସୀ I ପାଖାପାଖି ଦୀର୍ଘ ସତୁରୀ ବର୍ଷ ପରେ ବେଲଗୁଣ୍ଠା ବ୍ଲକ ରୁ ନୀଳମଣି ବିଧାୟକ ରୂପେ ନିର୍ବାଚିତ ହୋଇଥିବା ବେଳେ ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ପଂଚାୟତ ଏବଂ ଏନ୍ଏସି ରେ ଉତ୍ସାହ ଖେଳିଯାଇଛି I ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଗ୍ରାମ ତଥା ଏନଏସିରୁ ଜନ ସାଧାରଣ ନୀଳମଣିଙ୍କୁ ଶୁଭେଚ୍ଛା ଜଣାଇବା ସହିତ ପରସ୍ପରକୁ ମିଠା ଖୁଆଇ ଖୁସି ମନାଇଛନ୍ତି I