ନିର୍ବାଚନ ଫଳାଫଳ ଦିନ ସେୟାର ମାର୍କେଟରେ ହୋଇଥିଲା ବସୁଠାରୁ ବଡ଼ ସ୍କାମ: ରାହୁଲ


ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ବଡ଼ ବୟାନ । ସେୟାର ମାର୍କେଟ ଓ ଏକଜିଟ ପୋଲକୁ ନେଇ ଉଠାଇଲେ ପ୍ରଶ୍ନ । ଜାଣିଶୁଣି ଷ୍ଟକ ମାର୍କେଟ ନିବେଶକଙ୍କୁ କ୍ଷତିରେ ଠେଲି ଦିଆଯାଇଥିବା ଅଭିଯୋଗ ଆଣିଲେ ରାହୁଲ । କହିଲେ- ଗୋଟିଏ ଦିନରେ ନିବେଶକ ହରାଇଲେ ୨୦ ଲକ୍ଷ କୋଟି ଟଙ୍କା । ଏହାର ଯୁଗ୍ମ ସଂସଦୀୟ କମିଟି ତଦନ୍ତ ହେଉ ।

ସେ କହିଛନ୍ତି, ଜୁନ ୧ ପୂର୍ବରୁ ଦେଶବାସୀଙ୍କୁ କୁହାଯାଉଥିଲା ଏଥର ଷ୍ଟକ ମାର୍କେଟ ଆଖିଦୃଶିଆ ବୃଦ୍ଧି ପାଇବ । ଏହି ବୟାନକୁ ଦୃଷ୍ଟିରେ ରଖି ଷ୍ଟକ ମାର୍କେଟରେ ଉତ୍ସାହ ଦେଖାଯାଇଥିଲା । ଏପରିକି ଫେକ ଏକଜିଟ ପୋଲ ଜରିଆରେ ଏହି ଆଶାକୁ ବହୁଗୁଣ ବଢାଯାଇଥିଲା । ମାତ୍ର ଗଣତି ଦିନ ଯାହା ଫଳ ଆସିଲା ସେଥିରେ ଷ୍ଟକ ମାର୍କେଟରେ ଭୟଙ୍କର କ୍ଷତି ଘଟିଲା ଓ ନିବେଶକ ୨୦ ଲକ୍ଷ କୋଟି ଟଙ୍କା ହରାଇଲେ । ଏହାଥିଲା ଖୁଚୁରା ନିବେଶକଙ୍କ ବଡ଼ କ୍ଷତି । ଏହା ବି ଥିଲା ଭାରତର ସବୁଠାରୁ ବଡ ଷ୍ଟକ ମାର୍କେଟ ସ୍କାମ । ଏହାର ଜେପିସି ତଦନ୍ତ ହେଲେ ପ୍ରକୃତ ସତ ପଦାକୁ ଆସିବ ।