Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପ୍ରାଧ୍ୟାପକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ଖଡ଼ିଆଳ : ନୂଆପଡ଼ା ଜିଲ୍ଲା ବୋଡ଼େନ ବିଜୁ ପଟ୍ଟନାୟକ କଲେଜର ଓଡ଼ିଆ ପ୍ରାଧ୍ୟାପକ ରବିରଞ୍ଜନ ପ୍ରଧାନ ଓ ଭୂଗୋଳ ପ୍ରାଧ୍ୟାପକ ଅଶ୍ୱିନୀ କୁମାର ପଣ୍ଡା ଉଭୟେ ଚାକିରି କ୍ଷେତ୍ରରୁ ଅବସର ନେଇ ସାରିଛନ୍ତି। ବିଜୁ ପଟ୍ଟନାୟକ କଲେଜ ବୋଡ଼େନ ପୁରାତନ ଛାତ୍ରଛାତ୍ରୀ ଗୁରୁକୃପା କମିଟୀ ସଂଘ ଆୟୋଜନାରେ ଉଭୟ ପ୍ରଧାନ ମହୋଦୟ ଓ ପଣ୍ଡା ମହୋଦୟଙ୍କୁ ପୁଷ୍ପ ମାଲ୍ୟାର୍ପଣ କରି ଘଣ୍ଟ ଶଙ୍ଖନାଦ ସଙ୍କୀର୍ତ୍ତନ ବାଜା ସହିତ ସମ୍ମାନିତ ସହିତ ମଞ୍ଚାସୀନ କରାଯାଇଥିଲା। ଏଥିରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟସଭ୍ୟା ଦ୍ୱୟ ଯାଥାକ୍ରମେ ଶ୍ରୀକାନ୍ତ ସିଂ ମାଝୀ ଓ ହେମକାନ୍ତି ଦୁରିଆ ଓ ଗଜରାଜ ବୈଠାରୁ ସିଆରସିସି ବୋଡ଼େନ, ସମ୍ମାନୀତ ଅତିଥି ଓ ମୁଖ୍ୟ ବକ୍ତା ଶିକ୍ଷକ ସଂଘ ସଭାପତି ବୋଡ଼େନ ତଥା ପୁରାତନ ଛାତ୍ର ବୈଷ୍ଣବ ଦୁରିଆ ମଞ୍ଚାସୀନ ହୋଇ ଗୁରୁ ହିଁ ସାକ୍ଷାତ ଇଶ୍ଵର ,ଚରିତ୍ର ଓ ରାଷ୍ଟ୍ର ଗଠନରେ ଗୁରୁ ମୁଖ୍ୟ ଭୂମିକା ଅଟନ୍ତି ବୋଲି ମତ ଦେଇଥିଲେ। ପ୍ରଧ୍ୟାପକ ପ୍ରଧାନ ମହାଶୟ ଏକାଧାରରେ ଜଣେ ସୁବକ୍ତା, ବରିଷ୍ଠ ସାହିତ୍ୟଜ୍ଞ,ଛାତ୍ର ବତ୍ସଳ,ପରୋପକାରୀ ତଥା ଭାରତୀୟ ନାଟ୍ୟକଳା କ୍ଷେତ୍ରରେ ବରିଷ୍ଠ ନିର୍ଦେଶକ, ଲେଖକ ରୂପେ ସୁନାମ ଅର୍ଜନ କରିଥିବା ବେଳେ ପ୍ରାଧ୍ୟାପକ ପଣ୍ଡା ମହୋଦୟ ମଧ୍ୟ ମିଷ୍ଟଭାଷୀ, ଛାତ୍ର ବତ୍ସଳ ସହାନୁଭୂତି, ସମାଜରେ ଖ୍ୟାତି ଅର୍ଜନ କରିଛନ୍ତି ।ଉଭୟ ଗୁରୁଙ୍କ ଅବସରରେ ଶତାଧିକା ପୁରାତନ ଛାତ୍ରଛାତ୍ରୀ ତଥା ଅଞ୍ଚଳର ମାନ୍ୟଗୁନ୍ୟ ବ୍ୟକ୍ତି ଉପସ୍ଥିତ ହୋଇ ଗୁରୁଜନଙ୍କ ଗୁଣ ଗାଇ ଥିଲେ। କେରାପଦର ସିଆରସିସି ତଥା ପୁରାତନ ଛାତ୍ର ନରେନ୍ଦ୍ର ନାଗ ମଞ୍ଚ ପରିଚାଳନା କରିଥିବା ବେଳେ ସଞ୍ଜୁ ଦୁରିଆ ସ୍ଵାଗତ ସଙ୍ଗୀତ ଓ ବିଜୁ ପଟ୍ଟନାୟକ କଲେଜର ଉତ୍ପତ୍ତି ଗାଥା ଓ ଗୁରୁଦ୍ୱୟଙ୍କ ସମ୍ଵନ୍ଧରେ ପିତାମ୍ବର ଦୀପ କୋଶଳୀ କବିତା ପାଠ କରି ସମ୍ମାନୀତ କରିଥିଲେ ଏବଂ ଗୁରୁଜୀ ଦୁହେଁଙ୍କ ଅବସର ଜୀବନ ଅତି ସୁଖମୟ ହେଉ ବୋଲି ଅଞ୍ଚଳର ଇଷ୍ଟ ଦେବୀ ମାଁ ଦୁଆରଶନି ଙ୍କ ନିକଟରେ ସମସ୍ତେ ଗୁହାରି କରିଥିଲେ। ପ୍ରାଧ୍ୟାପକ ପ୍ରଧାନ ମହାଶୟ ଓ ପ୍ରାଧ୍ୟାପକ ପଣ୍ଡା ମହାଶୟଙ୍କ ଅବଦାନ ଏହି କଲେଜରେ ତଥା ଅଞ୍ଚଳ ବାସୀଙ୍କ ହୃଦୟରେ ସ୍କୃତି ହୋଇ ରହିଥିବ। ଗଣେଶ ଦଣ୍ଡସେନା, ଦିଲୀପ ଦଣ୍ଡସେନା, ବିନୋଦ ନାୟକ, ପରଦେଶୀ ଦୁରିଆ, ଧର୍ମେନ୍ଦ୍ର ନାୟକ, ଭୂପତି ଦୁରିଆ, ଲିଙ୍ଗେଶ୍ବର ଦାସ, ବିଜୟ ବଘେଲ, ଲଛମନ ମହାନନ୍ଦ ସମେତ ଅନେକ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।