Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡିଶା:ଟାଣ ଭାଷଣର ଦମ୍ ୧୨ ତାରିଖ କୁ ବାକି ରହିଲା

ବଡ ତୋଡ ମୁହଁ ଜବାବ୍ ଥିଲା।ଏହି ତୋଡ୍ କୁ ଗଣତନ୍ତ୍ରକୁ ବିଶ୍ୱାସ କରୁଥିବା ସବୁ ନେତା ଜନତା ମୁହଁ ଜବାବକୁ ସମ୍ମାନ ଦେଇଥିବା ବେଳେ ଓଡିଶାରେ ସଂଖ୍ୟାଗରିଷ୍ଟ ବିଜେପି ମଧ୍ୟ ନିଜ କଥା ରଖି ନପାରିବା ଓଡିଶା ରାଜନୈତିକ ପାଣିପାଗକୁ ବିଗାଡି ଦେଇଛି।
ଓଡିଶାରେ ୧୦ ତାରିଖ ନୁହେଁ ବରଂ ୧୨ ତାରିଖରେ ଓଡିଶା ସରକାରର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳ ଶପଥ ନେବେ।ଏହି ୨ ଦିନ କାହିଁକି ବଢିଲା ତାହା ବଡ କଥା ନୁହେଁ,ବଡ କଥା ହେଉଛି ବିଜେପି ପରି ଏକ ଜାତୀୟ ଦଳ ମୁଖ୍ୟମନ୍ତ୍ରୀ ଭାବେ କାହାକୁ ବସାଇବ ସେଥିରେ ଚିନ୍ତା କରି ଆଗରୁ ପ୍ରାର୍ଥୀ ଦେଇଥିଲାକି ନାହିଁ ? ସାଂସଦରୁ ବିଧାୟକ ହୋଇଥିବା ଓ ବହୁ ଭୋଟରେ ବିଜୟ ଲାଭ କରିଥିବା ସୁରେଶ ପୂଝାରୀଙ୍କୁ ଯଦି ବିଜେପି ବିଶ୍ୱାସକୁ ନେଉନାହିଁ ତେବେ ବିଜେପିର ସବୁ ଅଙ୍କ ଫେଲ ମାରିବ କାହିଁକି ଏଭଳି ଏକ ଆଭାଷ ସ୍ପଷ୍ଟ ସୂଚନା ମିଲୁଛି।ଆସାମ ଠାରୁ ଉତ୍ତରପ୍ରଦେଶର ପ୍ରଭାରୀ କିଏ ଥିଲେ ଓ କାହା ପାଇଁ ବିଜେପି ନିଜର ନିର୍ମଳ ଭାବମୁର୍ତ୍ତକୁ ବିକଶିତ କରୁଛି ତାହାବି ବିଜେପି ହାଇକମାଣ୍ଡ ଚିନ୍ତା କରିବା ସମୟ ଆସିଛି। ଅବଶ୍ୟ ଏହି ଲେଖକ ଅନେକ ସମୟରେ ଗୋଷ୍ଠୀ,ନିଜ ପ୍ରତିନିଧି ଭଳି ଥଇଥାନ୍ ବିରୁଦ୍ଧରେ ଲେଖିସାରିଛି।ଏପରିକି ଯଦି ଗିରିଶ୍ ମୁର୍ମୁ ତେବେ ପ୍ରମୋଦ ମିଶ୍ର କାହିଁକି ନୁହେଁ ଭଳି ଖୋଲା ଚ୍ୟାଲେଞ୍ଚର ପ୍ରଶ୍ନ ଉଠାଇଛି।ବିଜେପି ବର୍ତ୍ତମାନ ନିଜ କୋଟେରୀ ଭିତରୁ ମୁକ୍ତ ହେବା ଉଚିତ ହେବ।ଏକ ସଂଖ୍ୟାଗରିଷ୍ଠ ଦଳ ହୋଇ ଉଭା ହୋଇଥିବା ବେଳେ ଯଦି ବିଧାୟକ ମାନଙ୍କୁ ବାଦ୍ ଦେଇ ଆଉ କାହାକୁ ନିଜର ଆୟତ୍ତ ହିସାବରେ ବସାଇବାକୁ ଚାହିଁବେ ତେବେ ବିଜେପିକୁ ଏହା ବହୁତ ଭାରି ପଡିବ।ଏହାକୁ କେହି ଏଡାଇ ଦେବାବି ଠିକ ହେବ ନାହିଁ ।
ସେ ଯାହାବି ହେଉ ଓଡିଶାରେ ୨ ଚିତ୍ର ସ୍ପଷ୍ଟ ହେଉଛି ବିଜେପି କିମ୍ବା ବିଜେଡିର ନେତା ମାନଙ୍କ କଥାରେ କୌଣସି କଥାର ଗୁରୁତ୍ୱ ନାହିଁ ।ଓଡିଶାକୁ ବୋକା ଭାବେ ଯଦି ବିଜେପି ନିଷ୍ପତ୍ତି ନିଏ ତେବେ ଆଗାମୀ ଦିନରେ ଦଳ ଓ ନେତା ପାଇଁ ବହୁତ ବଡ ମହଙ୍ଗା ସାବ୍ୟସ୍ତ ହେବା ଆଶଙ୍କା ଉପୁଜିବା ଅନୁମାନ କରାଯାଉଛି।୧୦ ତାରିଖରେ ଓଡିଶାରେ ବିଜେପି ସରକାର କରିବ ବୋଲି ନରେନ୍ଦ୍ର ମୋଦି,ଅମିତ ଶାହା ଠାରୁ ଆରମ୍ଭ କରି ଯେଉଁ ସବୁ ନେତା ବଡ ପାଟିରେ କହିଥିଲେ ତାହା ପୂରଣ ନହେବା କାରଣ କ’ଣ? ଏକ ସଂଖ୍ୟାଗରିଷ୍ଠ ଦଳ ଶାସନ କ୍ଷମତାକୁ ଆସିବା ପରେବି କଣ ପରଦା ପଛର ନାୟକ ତିଆରି କରିବାରେ ବିଜେପି ହାଇକମାଣ୍ଡ ଲାଗିପଡିଛନ୍ତି କି ? ସେଥିପାଇଁ ନିଜ କଥା ଗିଲି ଏବେ ଅନ୍ୟର ଆଶ୍ରିତ ହେବାକୁ ଚାହୁଁଛନ୍ତିକି?ସ୍ୱାଭିମାନୀ ଓଡିଶାକୁ ଆରମ୍ଭରୁ ଶକ୍ତ ଧକ୍କା ଦେବା ଭଳି ୧୦ ରୁ ୧୨ ତାରିଖକୁ ଶପଥ ଉତ୍ସବ ଚିନ୍ତା କରାଯାଉଥିବାରୁ ଏହା କାହା ସ୍ୱାର୍ଥରେ ଓ କାହିଁକି ବୋଲି ପ୍ରଶ୍ନ ଉଠିଲାଣି।ଏପରିକି ବିଜେପି ରାଜ୍ୟ ସଭାପତି ଓ ନବ ନିର୍ବାଚିତ ବିଧାୟକ ସମୂହ କେମିତି ଚୁପ୍ ପଡିଛନ୍ତି ତାହାହିଁ ବର୍ତ୍ତମାନ ପାଇଁ ତର୍ଜମାର ବିଷୟ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ