ବରପାଲି ଉପଖଣ୍ତ ମାନ୍ଯର ଯଥାର୍ଥତା


ବରପାଲି:ବରପାଲି ଉପଖଣ୍ତ ମାନ୍ଯତା ଦାବୀ ଗତ ୧୯୯୫ରୁ ମୁଣ୍ତ ଟେକିବା ଆରମ୍ଭ ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ଯନ୍ତ କେବଳ ଆଶା ଓ ଭରସା ମଧ୍ଯରେ ଅଚଂଳବାସୀଙ୍କୁ ବାନ୍ଧି ରଖିଛି। ଗତ ୨୦୧୮ ବିଜେପୁର ଉପନିର୍ବାଚନ ସମୟରେ ବିଭିନ୍ନ ଦଳିୟ ତୁଙ୍ଗନେତା ମାନେ ପ୍ରତିଶ୍ରୁତି ଦେଇ ବୈତରଣୀ ପାର ହେଲେ। ନିର୍ବାଚନ ପର ମୁହୁର୍ତ୍ତରେ ଅଚଂଳବାସୀଙ୍କ ଆଶା ଟିକାକ କେବଳ ନିରାଶା ଭାବରେ ସଜେଇ ଦେଇଥିଲା। ଗତ ସାଧାରଣ ନିର୍ବାଚନ ସମୟରେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ବାବୁ ବିଜେପୁର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବା ସହିତ ବହୁ ମତଦାନ ପାଇ ବିଜୟ ମକୁଟ ହାସଲ କରିଥିଲେ । ନବୀନ ବାବୁଙ୍କ ପ୍ରାର୍ଥିତ୍ୱକୁ ଅଞ୍ଚଳବାସୀ ପୂର୍ଣ୍ଣ ସମର୍ଥନ ଜଣାଇଥିବା ବେଳେ ଏହିଥର ନିଶ୍ଚିତ ଭାବରେ ବହୁ ଦିନର ଉପଖଣ୍ଡ ମାନ୍ଯତା ନିଶ୍ଚିତ ପୁରଣ ହେବ ବୋଲି ବିଶ୍ବାସ ରଖିଥିଲେ । ହେଲେ ମୁଖ୍ୟମନ୍ତ୍ରୀ ବିଜେପୁର ନିର୍ବାଚନ ମଣ୍ଡଳୀରୁ ନିଜ ପ୍ରାର୍ଥୀତ୍ବକୁ ଅପସାରଣ କରିଦେଲା ପରେ ତୁଙ୍ଗନେତା ମାନଙ୍କ ପ୍ରତିଶ୍ରୁତି ସମ୍ପୁର୍ଣ୍ଣ ଆପାଣାଛାଏଁ ହଜିଯାଇଥିଲା। ଅଞ୍ଚଳବାସୀଙ୍କ ଉପଖଣ୍ଡ ଦାବିର ଯଥାର୍ଥତା ଦୃଶ୍ୟପଟ୍ଟ ଉପରେ ସମିକ୍ଷା କରାଗଲେ ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ଲୋକ ସଂଖ୍ୟା ୨୧ ହଜାରରୁ ଉର୍ଦ୍ଧ୍ବ ରହିଥିବା ବେଳେ ବ୍ଳକର ୨୩ଟି ପଞ୍ଚାୟତ ୭୭ଟି ଗ୍ରାମରେ ଏକଲକ୍ଷ ଦଶ ହଜାରରୁ ଅଧିକ ଜନବସତି ରହିଛନ୍ତି । ଅପରପକ୍ଷେ ୨୦୧୫ରେ ରାଜ୍ୟ ସରକାରଙ୍କ ଦ୍ବାରା ବିଭିନ୍ନ ଗଣମାଧ୍ଯମରେ ପ୍ରସାରିତ ହୋଇଥିବା ବିଜ୍ଞପ୍ତିରେ ତିନୋଟି ଉପଖଣ୍ଡ ସ୍ଥାପନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତନ୍ମଧ୍ୟରୁ ବରପାଲି ଦ୍ୱିତୀୟ ସ୍ଥାନରେ ଲିପିବଦ୍ଧ ରହିଥିବା ଶୁଣାଯାଇଥିଲା। ବରଗଡ ଉପଖଣ୍ତରୁ ଜିଲା ମହକୁମାର ମାନ୍ୟତା ପାଇଥିଲା।ପରବର୍ତ୍ତି ମୁହୁର୍ତ୍ତରେ ଜିଲ୍ଳାର ପ୍ରତେକ କାର୍ଯ୍ଯକ୍ରମ ଆଗେଇ ଚାଲିଥିଲା। ହେଲେ ପୁର୍ବର ଉପଖଣ୍ତ କାର୍ଯ୍ଯକ୍ରମ ମଧ୍ଯ ପୂର୍ବବତ କାର୍ଯ୍ଯକାରୀ ଆଜି ପର୍ଯ୍ଯନ୍ତ ଜାରି ରଖାଯାଇଛି। ସମୟର ସ୍ଥିତି ଓ ଅବସ୍ଥିତିକୁ ନିରିକ୍ଷଣ କରାଗଲେ ବର୍ତ୍ତମାନ ଲୋକସଂଖ୍ୟା ସହ ଅନ୍ୟାନ୍ୟ ବିଭିନ୍ନ ବ୍ୟବସ୍ଥା ତଥା ସରକାରୀ କାର୍ଯ୍ଯକ୍ରମ ବହୁ ଗୁଣରେ ବରପାଲିରେ ବୃଦ୍ଧି ପାଇବାରେ ଲାଗିଛି । ରେଲୱେ ସେବା ସହିତ ସ୍ବାସ୍ଥ୍ୟ ସେବା,ଶିକ୍ଷା, ବ୍ୟବସାୟିକ,ସାହିତ୍ଯସାଂସ୍ର୍କୁତିକ,କ୍ରିଡା ସହ ଅନ୍ଯ ବ୍ଯବସ୍ଥା ସମ୍ପର୍କରେ ବିଚାରକୁ ନିଆ ଯାଇପାରେ। ଆଖପାଖ ପଡୋଶି ବ୍ଲକ ସମ୍ପର୍କକୁ ନିରିକ୍ଷଣ କଲେ ବିଜେପୁର,ଭେଡ଼େନ, ଡୁଙ୍ଗୁରିପାଲି, ସୋହେଲା, ଗାଇସିଲେଟ ବ୍ଲକର ପଞ୍ଚାୟତବାସୀ ପ୍ରତିଦିନ ବ୍ଯକ୍ତିଗତ ତଥା ବ୍ଯବସାୟିକ କାର୍ଯ୍ୟରେ ବରପାଲି ତଥା ବିଭିନ୍ନ ପଚାଂୟତ ମାନଙ୍କରେ ସମ୍ପର୍କ ରଖି ଆସିଛନ୍ତି। ଅଞ୍ଚଳରେ ଜନସେବାରେ କାର୍ଯ୍ଯକାରୀ ହେଉଥିବା ବ୍ଲକ କାର୍ଯ୍ଯାଳୟ ସହ ଏନଏସି,ତହସିଲ, ସଟ୍ରେଜେରୀ, ବି ଦ୍ୟୁତ ଉପଖଣ୍ଡ , କେନାଲ ଉପଖଣ୍ଡ,କେନାଲ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ କାର୍ଯ୍ୟାଳୟ ସବ ରେଜିଷ୍ଠାର ସହ ୭ଟି ଜାତୀୟ ବ୍ୟାଙ୍କ ଏବଂ ପାଚଂଟି ସମବାୟ ସମିତି ସହ ଦୁଇଟି ଗୋଷ୍ଠି ସ୍ବାସ୍ଥ୍ଯକେନ୍ର୍ଦ ସହ ମହିଳା ତାଲିମକେନ୍ର୍ଦ ପ୍ରଭୁତି ସରକାରୀ ସଂସ୍ଥା ମାନଙ୍କ କାର୍ଯ୍ଯକ୍ରମ ଆଗେଇଚାଲିଛି। ବରପାଲି ଅଞ୍ଚଳକୁ ଉପଖଣ୍ଡ ମାନ୍ୟତା ଦାବି ଗତ ୧୯୯୫ ମସିହାରେ ପ୍ରଥମେ ବରପାଲି ସାମ୍ବାଦିକ ସଂଘ ପକ୍ଷରୁ ଦାବୀ ଉପସ୍ଥାପିତ ହୋଇଥିଲା। ପର ମୁହୁର୍ତ୍ତରେ ବିଭିନ୍ନ ସମୟରେ ରାଜନୈତିକ ବିଭିନ୍ନ ଦଳ ଓ ସଂଘ ମାନ ଦାବୀ ସପକ୍ଷରେ ସ୍ବର ଉତ୍ତୋଳନ କରି ଆସୁଛନ୍ତି । ସେହିପରି ଓକିଲ ସଂଘ ନେତୃତ୍ବରେ ଅଚଂଳର ମିଳିତ ସଂଗଠନ ମାନ ଆଜି ପର୍ଯ୍ୟନ୍ତ ଦାବିର ମାନ୍ଯତାକୁ ସ୍ଥାପନ ପାଇଁ ଶାନ୍ତିପୂର୍ଣ୍ଣ ଶୈଳିରେ ପ୍ରସାସନର ଅବଗତି ନିମନ୍ତେ ପ୍ରଚେଷ୍ଟା ଜାରି ରଖିଆସିଛି। ବରପାଲି ଉପଖଣ୍ଡ ପାଇଁ ସମସ୍ତ ପ୍ରକାର ସୁବିଧା ଜବରଦସ୍ତ ଭାବେ ରହିଥିଲେ ସୁଦ୍ଧା ଉପଖଣ୍ଡ ମାନ୍ୟତା କାହିଁକି ମିଳିପାରିବନି ବୋଲି ଅଚଂଳବାସିଙ୍କୁ ଆଶ୍ଚର୍ଯ୍ଯ ଚକିତ ଭାବରେ ପକାଇରଖିଛି।