Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କେନ୍ଦ୍ରୀୟ ବିଜେପିରେ ଧର୍ମେନ୍ଦ୍ର ଏବଂ ଅଶ୍ବିନୀଙ୍କୁ ନୂଆ ଦାୟିତ୍ବ

ନୂଆଦିଲ୍ଲୀ: ସରିଛି ସାଧାରଣ ନିର୍ବାଚନ । ଆଗକୁ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ବିଜେପି । ଆଗାମୀ ଦିନରେ ମହାରାଷ୍ଟ୍ର, ଝାରଖଣ୍ଡ ଓ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହାକୁ ଦୃଷ୍ଟିରେ ରଖି ଆଜି ବିଜେପି ପକ୍ଷରୁ ବରିଷ୍ଠ ନେତା ଓ କେନ୍ଦ୍ରମନ୍ତ୍ରୀମାନଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ଏମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ବିନୀ ବୈଷ୍ଣବଙ୍କ ନାଁ ରହିଛି ।
ସମ୍ବଲପୁର ଲୋକସଭା ଆସନରୁ ଜିତି କେନ୍ଦ୍ରମନ୍ତ୍ରୀ ହୋଇଥିବା ଧର୍ମେନ୍ଦ୍ରଙ୍କ ଗୁରୁତ୍ୱପୂର୍ଣ୍ଣ ହରିୟାଣା ନିର୍ବାଚନ ଦାୟିତ୍ୱ ମିଳିଛି । ବିଜେପି ତାଙ୍କୁ ହରିୟାଣାର ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତ କରିଛି । ସେହିପରି ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବଙ୍କୁ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ସହ ପ୍ରଭାରୀ ଭାବେ ନିଯୁକ୍ତି ମିଳିଛି ।
ଓଡ଼ିଶାରୁ ରାଜ୍ୟସଭାକୁ ଯାଇଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଦାୟିତ୍ୱ ମିଳିଛି । ମହାରାଷ୍ଟ୍ର ପାଇଁ ବିଜେପି ତାଙ୍କୁ ସହ ପ୍ରଭାରୀ କରିଛି । ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏଠାରେ ପ୍ରଭାରୀ ଭାବେ ନିଯୁକ୍ତ ପାଇଛନ୍ତି । ଅଶ୍ୱିନୀ ବୈଷ୍ଣବ ଓ ଭୂପେନ୍ଦ୍ର ଯାଦବଙ୍କ ତତ୍ତ୍ୱାବଧାନରେ ବିଜେପି ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଲଢ଼ିବ ।
ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏଠାରେ ପ୍ରଥମ ଥର ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ସେପ୍ଟେମ୍ବର ମାସ ପୂର୍ବରୁ ଏଠାରେ ଲୋକମାନେ ପରବର୍ତ୍ତୀ ସରକାର ପାଇଁ ଭୋଟ ଦେବେ । ଏଥିପାଇଁ ବିଜେପି ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି । କେନ୍ଦ୍ରମନ୍ତ୍ରୀ ଜି. କିଶନ ରେଡ୍ଡୀଙ୍କୁ ଦଳ ପକ୍ଷରୁ ଜମ୍ମୁ-କଶ୍ମୀର ପାଇଁ ନିର୍ବାଚନ ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି।
ଝାରଖଣ୍ଡର ନିର୍ବାଚନ ପ୍ରଭାରୀ ଭାବେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ନିଯୁକ୍ତି ମିଳିଛି । ଏଠାରେ ସହ ପ୍ରଭାରୀ ଭାବେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କାର୍ଯ୍ୟ କରିବେ ।