Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବାଲେଶ୍ବରରେ ଗୋଷ୍ଠୀ ସଂଘର୍ଷ, ୧୪୪ ଧାରା ଜାରି

ବାଲେଶ୍ବର: ପୋଲିସ ଉପସ୍ଥିତିରେ ବାଲେଶ୍ବରରେ ଦୁଇ ଗୋଷ୍ଠୀ ମୁହାଁମୁହିଁ । ପରସ୍ପରକୁ ଢେଲା ପଥର ମାଡ଼ । ୪ରୁ ୫ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଆଜି ମଧ୍ୟାହ୍ନରେ ଏପରି ଘଟଣା ବାଲେଶ୍ୱର ଟାଉନ୍‌ରେ ଘଟିଛି । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଛି । ଟାଉନ ଥାନା ପୀର ବଜାରରୁ ପାତ୍ରପଡ଼ା ମଧ୍ୟରେ ୧୪୪ ଲାଗୁ କରାଯାଇଛି । ୫ ଜଣରୁ ଅଧିକ ଏକତ୍ର ନହେବା ପାଇଁ ଅପିଲ୍‌ କରାଯାଇଛି ।
ଟାଉନ ଥାନା ଅଞ୍ଚଳର ଭୁଜାଖିଆ ପୀର-ଚାନ୍ଦିପୁର ରାସ୍ତା ପାର୍ଶ୍ୱରେ ରକ୍ତ ଭଳିଆ ଦେଖାଯାଉଥିବା ନାଲି ରଙ୍ଗର ପାଣି ପ୍ରବାହିତ ହେଉଥିବା ଆଜି ସକାଳେ ଦେଖିବାକୁ ମିଳିଥିଲା । ଏହାକୁ ରକ୍ତ ବୋଲି ସନ୍ଦେହ କରି ଗୋଟିଏ ଗୋଷ୍ଠୀ ପାତ୍ରପଡ଼ା ଛକରେ ରାସ୍ତା ଅବରୋଧ କରି ପ୍ରତିବାଦ କରିଥିଲେ । ଯେଉଁଥିପାଇଁ ଯାତାୟତ ଠପ୍‌ ହୋଇଥିଲା । ଖବର ପାଇ ଟାଉନ୍‌ ଥାନା ପୋଲିସ୍‌ ପହଞ୍ଚି ବୁଝାସୁଝା କରିଥିଲା । ହେଲେ କିଛି ସୁଫଳ ମିଳି ନଥିଲା । ପୋଲିସ୍‌ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ପରସ୍ପରକୁ ଢେଲା ପଥର ମାଡ଼ କରିଥିଲେ । ରାସ୍ତା ରଣକ୍ଷେତ୍ରରେ ପରିଣତ ହୋଇଥିଲା । ଢେଲା ପଥର ମାଡ଼ରେ ସାଧାରଣ ଜନତା, ପୋଲିସ୍‌ ଓ କିଛି ଗଣମାଧ୍ୟମ ପ୍ରତିନିଧି ଆହତ ହୋଇଥିବା ଜଣାପଡ଼ିଛି ।
ଘଟଣା ସ୍ଥଳରେ ବାଲେଶ୍ୱର ଏସ୍‌ପି ସାଗରିକା ନାଥ, ଏସ୍‌ଡିସିଓ ଓ ଟାଉନ୍‌ ଥାନା ଅଧିକାରୀ ଫୋର୍ସ ଧରି ପହଞ୍ଚି ଥିଲେ । ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ । ସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ପୋଲିସ୍‌ ଲାଠି ଚାର୍ଜ କରିଥିଲା । ଯାହାଫଳରେ ଆନ୍ଦୋଳନକାରୀମାନେ ଛତ୍ରଭଙ୍ଗ ଦେଇଥିଲେ । ପୀର ବଜାରରୁ ପାତ୍ରପଡ଼ା ମଧ୍ୟରେ ୧୪୪ ଲାଗୁ କରାଯାଇଛି । ୫ ଜଣରୁ ଅଧିକ ଏକତ୍ର ନହେବା ପାଇଁ ଅପିଲ୍‌ କରାଯାଇଛି । ବ୍ୟାପକ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି । ଅନ୍ୟପକ୍ଷରେ ପୋଲିସ୍‌ ଦୁଇ ଗୋଷ୍ଠୀର ମୁରବୀଙ୍କୁ ଡାକି ଆଲୋଚନା କରୁଛି ।