Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜଧାନୀରେ ମର୍ଡର: ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ !

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ବିଭତ୍ସ ହତ୍ୟା । ଜଣେ ଘର ମାଲିକଙ୍କୁ ତାଙ୍କ ପାଖରେ ଭଡ଼ାରେ ରହୁଥିବେ ଯୁବକ ହତ୍ୟା କରିଥିବା ଅଭିଯୋଗ । ମୃତ ବ୍ୟକ୍ତି ଜଣଙ୍କ ହେଲେ ସୁଶାନ୍ତ ଶତପଥି ।

ତମାଣ୍ଡୋ ଥାନା ଅର୍ନ୍ତଗତ ଏକ ଇଞ୍ଜିନିୟରିଂ କଲେଜ ନିକଟ ରାସ୍ତାରେ ଆଜି ସକାଳେ ସୁଶାନ୍ତଙ୍କ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ପଡ଼ିଥିଲେ । ପୋଲିସ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ସେଠାରେ ଡାକ୍ତର ସୁଶାନ୍ତଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଅନ୍ୟପକ୍ଷରେ ସୁଶାନ୍ତ ନିଜ ଘରେ ଜଣେ ୩୫ ବର୍ଷୀୟ ଯୁବକଙ୍କୁ ଭଡ଼ାରେ ରଖିଥିଲେ । ସଂପୃକ୍ତ ଯୁବକ ଜଣକ ସୁଶାନ୍ତଙ୍କୁ ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ତେବେ ସଂପୃକ୍ତ ଯୁବକ ଜଣଙ୍କ କାହିଁକି ସୁଶାନ୍ତଙ୍କୁ ହତ୍ୟା କଲେ, ଏହା ପଛରେ କେଉଁ କାରଣ ରହିଛି ତାହା ଜଣାପଡ଼ିନାହିଁ। ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ଖୋଳତାଡ଼ ଆରମ୍ଭ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ