Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନ୍ଦ ପାଇଁ ଅତାବିରା ଏନଏସି ଉପାଧ୍ୟାକ୍ଷା ନିର୍ବାଚନ ସ୍ଥଗିତ

ଅତାବିରା: ସମ୍ବଲପୁର ହିଂସା ପ୍ରତିବାଦରେ ଆଜି ପଶ୍ଚିମ ଓଡିଶା ପରିପ୍ରେକ୍ଷୀରେ ବରଗଡ଼ ଜିଲ୍ଲା ଠପ ହୋଇଯାଇଥିଲା। ତେବେ ଆଜି ଅତାବିରା ଏନଏସି ଉପାଧ୍ୟାକ୍ଷା ନିର୍ବାଚନ ଅନୁଷ୍ଠିତ ହେବାର ଥିଲା। ଆଜି ଦିନ ୧୧ଟା ସମୟରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ବରଗଡ଼ ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଲଲାଟ ଲୁହା ଏନଏସିକୁ ଆସି ପହଂଚିଥିଲେ। ତେବେ ଏହି ଖବର ପାଇ ବନ୍ଦ ଆୟୋଜକ ବଜରଙ୍ଗ ଦଳ କର୍ମୀମାନେ ଏନଏସିକୁ ପହଁଛି ଆଜି ବନ୍ଦ ଥିବାରୁ ନିର୍ବାଚନ ସ୍ଥଗିତ କରିବାକୁ ଦାବି କରିଥିଲେ। ଏନେଇ ନିର୍ବାଚନ ଅଧିକାରୀ ଶ୍ରୀ ଲୁହା ତାଙ୍କ ଉପରିସ୍ଥ ଅଧିକାରୀ ଓ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସହ ଟେଲିଫୋନିକ ଆଲୋଚନା କରି ନିର୍ବାଚନକୁ ସ୍ଥଗିତ କରିବାକୁ ଚିଠି କରି ନିର୍ବାଚନ କୁ ସ୍ଥଗିତ କରାଯାଇଥିବା ଗଣମାଧ୍ୟମ କୁ ସୂଚନା ଦେଇଥିଲେ। ପରେ ସେଠାରୁ ଆୟୋଜକମାନେ ଫେରିଯାଇଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ