Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତିନି ଛାତ୍ର ଙ୍କ ସଲିଳ ସମାଧି ।

ଅସ୍ତରଙ୍ଗ,,ମୃତୁ ପିଛା ଛାଡୁନି ଅସ୍ତରଙ୍ଗ ଅଞ୍ଚଳ ବାସୀଙ୍କର । ଏହି କିଛି ଦିନ ପୂର୍ବରୁ ବଲିଡିଆ ଗ୍ରାମର ଜଣେ ପାଞ୍ଚ ବର୍ଷ ର ଛୁଆ ସର୍ପ କାମୁଡାରେ ମୃତୁ ବରଣ କରିବା ଓ ରଜ ଦିନ ପାନ ଗାଡ଼ି ଓଲଟି ତିନିଜଣ ମୃତୁ ବରଣ କରିବା ଭଳି ଘଟଣା ଅସ୍ତରଙ୍ଗ ବାସୀଙ୍କ ମନରୁ ନ ଲିଭୁଣୁ ପୁଣି ଏକ ଅଘଟଣ ଘଟିଛି ସେହି ବାଲିଡିଆ ଗ୍ରାମରେ । ମଙ୍ଗଳବାର ୧୨ଘଟିକା ସମୟ ରେ ତିନିଜଣ ନା ବାଳକ ଦେବୀ ନଦୀକୁ ଗାଧୋଇବାକୁ ଯାଇ ମୃତୁ ବରଣ କରିବା ଭଳି ଘଟଣା ଅସ୍ତରଙ୍ଗ ଅଞ୍ଚଳ ବାସୀଙ୍କୁ ସ୍ତଵ ଦ କରି ଦେଇଛି ।
ଘଟଣାରୁ ପ୍ରକାଶ ଯେ,ନଗର ଗ୍ରାମ ପଞ୍ଚାୟତ ବାଲିଡିଆ ଗ୍ରାମର ରଞ୍ଜନ ବେହେରା ଙ୍କ ପୁଅ ରୋହନ (୧୩)ସେ ଅସ୍ତରଙ୍ଗ ର ଆଦର୍ଶ ବିଦ୍ୟାଳୟ ର ଅଷ୍ଟମ ଶ୍ରେଣୀରେ ପାଠ ପଡ଼ୁଥିବା ବେଳେ,ସୁବେଇ ବେହେରା ଙ୍କ ପୁଅ କାହ୍ନୁ (୧୪) ନବମ ଓ ପ୍ରତାପ ବେହେରା ଙ୍କ ପୁଅ ଓମ୍ ବେହେରା(୧୫) ଦଶମ ଶ୍ରେଣୀରେ ନିକଟ ଐଶାନେଶ୍ୱର୍ ବିଦ୍ୟାପୀଠ ରେ ପଢନ୍ତି । ତିନି ଜଣ ସାଙ୍ଗ ୧୦ ଟାରୁ ସ୍କୁଲ ରୁ ଫେରି ନିକଟ ଦେବୀ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ତାଙ୍କ ଘରଠାରୁ ଅଳ୍ପ କିଛି ଦୂରରେ ଦେବୀ ମୁହାଁଣ ସହ ମଧ୍ୟାହ୍ନ ୧୨ ଘଟିକା ସମୟ ରେ ନଦୀର ଛାଡ ର ସ୍ରୋତ ପ୍ରବଳ ଥିବା ଓ ଦେବୀ ନଦୀ ମଝିରେ ଏକ ବାଲିଚର ରହିଥିବା କୁ ଦେଖି ତିନିଜଣ ଯାକ ସେହି ବାଲିଚର କୁ ପହଁରି ଯିବାକୁ ଚେଷ୍ଟା କରୁଥିବା ବେଳେ,ସ୍ରୋତରେ ପଡ଼ିଯାଇ ଥିଲେ । ନଦୀର ଅଣ୍ଡର କରେଣ୍ଟ ପ୍ରଖର ସହ, ନଦୀ ଗଭୀର ଥିବାରୁ ସେହି ତିନି ଜଣଙ୍କୁ ସେହିଠାରେ ହିଁ ପାଣି ର ସୁଅ ଦାବିଦେଇ ଅଣ ନିଃଶ୍ୱାସି ହୋଇ ମୃତୁ ବରଣ କରିବାକୁ ପଡ଼ିଥିଲା । ସେପଟେ ପିଲା ଗାଧୋଇ ବାକୁ ଯାଇ ନ ଫେରିବାରୁ ପରିବାର ଲୋକ ନଦୀ କୂଳକୁ ଯାଇ ଖୋଜା ଖୋଜି କରିବା ଓ କିଛି ଲୋକଙ୍କୁ ପିଲାଙ୍କ ସମ୍ପର୍କରେ ପଚାରିଥିଲେ । ନଦୀ କୂଳେ ଜାଲ ସିଲେଇ କରୁଥିବା ବ୍ୟକ୍ତି ଙ୍କୁ ପଚାରିବାରେ ସେ କହିଥିଲେ ଯେ,ଆମେ ଦେଖିଛୁ ସେମାନେ ଗାଧୋଉ ଥିଲେ । ଆଉ ଆମେ ଜାଣିନୁ । ସନ୍ଦେହ ବଢିବାରୁ ପରିବାର ସହ ଗ୍ରାମ ଲୋକ ଖୋଜା ଖୋଜି କରିବା ସହ, ଅସ୍ତରଙ୍ଗ ଦମକଳ କେନ୍ଦ୍ର କୁ ଖବର ଦେବା ପରେ ସେମାନେ ଆସି ପହଞ୍ଚି ଖୋଜିବା ପରେ ନଦୀର ଅନତି ଦୂରରେ ଅଲଗା ଅଲଗା ହୋଇ ନିନୋଟି ମୃତୁ ଶରୀର ମିଳିଥିଲା। ସାଥୀ ସାଥୀ ସେଠାରୁ ଉଦ୍ଧାର କରି ଅସ୍ତରଙ୍ଗ ଗୋଷ୍ଠୀ ସ୍ବାସ୍ଥୟକେନ୍ଦ୍ର କୁ ଅଣାଯିବା ପରେ ଡକ୍ଟର ମୃତ ଘୋଷଣା କଲା ପରେ,ଅସ୍ତରଙ୍ଗ ପୋଲିସ ଏକ ଅପମୃତ୍ୟୁ ମାମଲା ରୁ୍ଜୁ କରି ସବ ଵ୍ୟବ ଛେଦ ନିମନ୍ତେ ଚାରିଛକ ଗୋଷ୍ଠୀ ସ୍ବାସ୍ଥକେନ୍ଦ୍ର କୁ ପଠାଇ ତଦନ୍ତ ଜାରି ରଖିଛନ୍ତି ବୋଲି ଅସ୍ତରଙ୍ଗ ଥାନା ଆଇ ଆଇ ସି ରେଜେଶ କୁମାର ବଳିଆରସିଂ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ