Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିତଳଷଷ୍ଠୀ ମହୋତ୍ସବ ମାତାପାର୍ବତୀଙ୍କ ଦଳ ପକ୍ଷରୁ ପ୍ରସ୍ତୁତି ବୈଠକ

ବରପାଲି: ବରପାଲି ମାଁଜଗଦମ୍ବା ପୂଜାମଣ୍ତପ ପ୍ରାଙ୍ଗଣରେ ମାତା ପାର୍ବତୀଙ୍କ ବିବାହତ୍ସବ ପରିଚାଳନା ଦିଗକୁ ନେଇ କନ୍ୟାପକ୍ଷ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି। ଚିତ୍ତରଞ୍ଜନ ସାହୁଙ୍କ ସଭାପତିତ୍ବରେ ପରିଚାଳିତ ବୈଠକରେ ଗାନ୍ଧୀ ନଗର, ଶାନ୍ତିନଗର, ସୁବାଷନଗର, ନୂଆଁପଡା, କଦଳିପାଲି,ଲେଣ୍ଡା, ଅଇଁଠାପାଲି, ପତ୍ରାପାଲି,ମହଦା ଗ୍ରାମରେ ଯୋଗାଯୋଗ ମାଧ୍ୟମରେ ସଦସ୍ୟ ସଂଗ୍ରହ ଓ ମାମୁଁଘର ମଉଳା ନିଉତା ମନୋନୟନ ପାଇଁ ସାଧାରଣ ବୈଠକ ଉପରେ ଆଲୋଚନା ହୋଇଥିଲା। ଉପସ୍ଥିତ ସଭ୍ୟ ମାନଙ୍କ ସହମତିରେ ଜଗତ ଜନନୀ ମାତା ପାର୍ବତୀ ବିବାହ ନିମନ୍ତେ ଏକ ପରିଚାଳନା କମିଟି ଗଠିତ ହୋଇଥିଲା । କମିଟିରେ ସଭାପତି ଭାବରେ ଚିତ୍ତରଞ୍ଜନ ସାହୁଙ୍କ ସମେତ କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର ସାହୁ,ଉପ ସଭାପତି ପଦ୍ମଲୋଚନ ପଣ୍ଡା,ସମ୍ପାଦକ ବୁଲୁ ଦାଶ,ରୋହିତ ରାଉତ ମନୋନିତ ହୋଇଥିବା ବେଳେ ସହ ସମ୍ପାଦକ ଭବାନୀ ଶର୍ମା, କୋଷାଧ୍ୟକ୍ଷ ଶିବୁ ଅଗ୍ରୱାଲ,ସାଂସ୍କୃତିକ ସମ୍ପାଦକ ପଦ୍ମଲୋଚନ ସାହୁ,ସହ ସମ୍ପାଦକ ଗୁଣନିଧି ମେହେର ପ୍ରମୁଖ ମନୋନୀତ ହୋଇଥିଲେ । ସେହିପରି ଉପଦେଷ୍ଟା ମଣ୍ଡଳୀରେ ଗୁରୁଦେବ ବାରିକ,ଦେବରାଜ ମେହେର,ଗୌରାଙ୍ଗ ବେହେରା,ନବ ଦାଶ, ଦିଲ୍ଲୀପ ଅଗ୍ରୱାଲ, ପ୍ରମୋଦ ଷଡ଼ଙ୍ଗୀ, ଅଜୟ ସିଂ,ପଞ୍ଚାନନ ମେହେର,ଭରତ ଗହୀର,ପ୍ରହଲ୍ଲାଦ ମେହେର,ବୁଲୁ ଦାଶଙ୍କୁ ମନୋନୀତ କରାଯାଇଥିଲା। ପୂଜା କମିଟିର ମୁଖ୍ୟ ଭାବରେ ଧନ ସିଂ ବରିହା,ଶରତ ପାଣିଗ୍ରାହୀ,ଆଶୁତୋଷ ଦାଶ,ପ୍ରମୋଦ ଗହୀର ଏବଂ ଅଭ୍ୟର୍ଥନା କମିଟି ମୁଖ୍ୟ ରୂପେ ମନୀଷ ଅଗ୍ରୱାଲ, କିଶନ ଅଗ୍ରୱାଲ, ଦୟାଳୁ ସାହୁ ପ୍ରମୁଖଙ୍କୁ ଦାୟିତ୍ବ ଭାର ଅର୍ପଣ କରାଯାଇଥିଲା । ପରିଶେଷରେ ଉପସଭାପତି ପଦ୍ମଲୋଚନ ପଣ୍ଡାଙ୍କ ଦ୍ବାରା ଧନ୍ୟବାଦ ଅର୍ପଣ ପର୍ବ ସମ୍ପର୍ଣ୍ଣ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ