Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଦକ୍ଷିଣୀ ଶୌଣ୍ଢିକ ସମାଜର ପୂର୍ବତନ ସଭାପତିଙ୍କ ଶ୍ରଦ୍ଧାଞ୍ଜଳୀ ସଭା।

କଳାହାଣ୍ଡି;୨୨/୦୬
ଦକ୍ଷିଣୀ ଶୌଣ୍ଢିକ ସମାଜ ର ପୂର୍ବତନ ସଭାପତି ସତ୍ୟ ନାରାୟଣ ଚୌଧୁରୀ ଶୁକ୍ରବାର ଦିନ ଏକାଦଶହ/ଦ୍ୱାଦଶ କର୍ମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ କୁଳବନ୍ଧୁ ମାନଙ୍କୁ ନେଇ ଏକ ଶୋକ ସଭାର କାର୍ଯ୍ୟକ୍ରମରେ ସ୍ୱର୍ଗୀୟ ସତ୍ୟ ନାରାୟଣ ଚୌଧୁରୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ସ୍ୱର୍ଗୀୟ ଆତ୍ମାଙ୍କ ସ୍ମୃତି ଚାରଣ ପୂର୍ବକ ସମାଜର ବରେଣ୍ୟ ବ୍ୟକ୍ତିତ୍ବ ବକ୍ତବ୍ୟ ପ୍ରଦାନ କରିଥିଲେ।ଦକ୍ଷିଣୀ ଶୌଣ୍ଢିକ ସମାଜ ର କୋକସରା ବ୍ଲକ୍ ସଭାପତି ଅଖିଳ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱ ଓ ସମ୍ପାଦକ ଶ୍ରୀଯୁକ୍ତ ହେମନ୍ତ ଚନ୍ଦ୍ର ସାହୁ ଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ ଶ୍ରଦ୍ଧାଞ୍ଜଳୀ ସଭାରେ ସମାଜର ଜିଲ୍ଲା ସଭାପତି ଥବିର ପ୍ରସାଦ ସାହୁ, ସଂପାଦକ ଗୋପାଳ ଚନ୍ଦ୍ର ସାହୁ, ଉପ ସଭାପତି ରାଜେନ୍ଦ୍ର ନାରାୟଣ ସାହୁ,ତୁଳସୀ ରାମ ସାହୁ, ଅନିରୁଦ୍ଧ ସାହୁ, ବ୍ୟୋମକେଶ ସାହୁ,ଅଭିରାମ ସାହୁ,କିଶୋର ଚନ୍ଦ୍ର ପାତ୍ର ତଥା ସମାଜର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଦିବଙ୍ଗତ ପୂର୍ବତନ ସଭାପତିଙ୍କ
ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରି ତାଙ୍କର ସୃତି ଚାରଣ କରିଥଲେ। ସୂଚନାଯୋଗ୍ୟ ଯେ, ତାଙ୍କର ନେତୃତ୍ଵରେ କୋକସରା ବ୍ଲକ ଲଡୁଗାଁ ଠାରେ ଆୟୋଜିତ ଦକ୍ଷିଣୀ ଶୌଣ୍ଢିକ ସମାଜର ପଞ୍ଚମ ମହାସଭା ସଫଳତାର ସହ ଆୟୋଜିତ ହୋଇଥଲା। ସେଥିରେ ତାଙ୍କର ଭୂମିକା ସର୍ବଦା ଚିର ସ୍ମରଣୀୟ ହୋଇ ରହିବ।