Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖାଲି ପଡି ରହିଛି ପ୍ରଧାନ ଶିକ୍ଷକ ପଦବୀ ଦାଇତ୍ୱ ରେ ବ୍ଲକ ଶିକ୍ଷା ଅଧିକାରୀ ଅନିଶ୍ଚିତତା ଭିତରେ ପଟ୍ଟାଙ୍ଗି ହାଇସ୍କୁଲ ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ

ପଟ୍ଟାଙ୍ଗି୨୩/୦୬ରାଜ୍ୟରେ ଆସିଥିବା ନୂଆ ସରକାର ଶିକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ କିପରି ସ୍ୱଛତା ଆସିବ ସେନେଇ ଚିନ୍ତିତ ରହି ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ସେପଟେ କିନ୍ତୁ ବିଦ୍ୟାଳୟ ଗୁଡିକୁ ଆସୁଥିବା ସରକାରୀ ଅନୁଦାନ କୁ କିପରି ବାଟମାରଣା କରି ନିଯେ ମାଲାମାଲ ହେବେ ସେନେଇ ଶିକ୍ଷା ବିଭାଗରେ ରହିଥିବା ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଠାରୁ ଆରମ୍ଭ କରି ବ୍ଲକ ସ୍ତରୀୟ ଅଧିକାରୀ ଅନେକ ତପ୍ତରତା । ଅନ୍ୟପଟେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଛାତ୍ରଛାତ୍ରୀ ଙ୍କ ପାଠପଢା ଅନିଶ୍ଚିତତା ମଧ୍ୟରେ ରହିଥିବା ବେଳେ ନିଜ ଭବିଷ୍ୟତ କୁ ନେଇ ପଡି ଯାଇଛନ୍ତି ଦୋଛକି ରେ । ଏହିପରି ଅବ୍ୟବସ୍ଥା ରାଜ୍ୟର ପଛୁଆ ଜିଲ୍ଲା ଭାବେ ପରିଚିତ କୋରାପୁଟ ଜିଲ୍ଲାର ଅନେକ ବିଦ୍ୟାଳୟ କ୍ଷେତ୍ରରେ ଦେଖିବା କୁ ମିଳିଛି । ସେଥି ମଧ୍ୟରୁ ଉଧାହରଣ ଉକ୍ତ ଜିଲ୍ଲାର ତଥା ପଡୋଶୀ ଆନ୍ଧ୍ର ରାଜ୍ୟ ସୀମା କୁ ଲାଗି ରହିଥିବା ପଟ୍ଟାଙ୍ଗି ବ୍ଲକର ଅନେକ ପୁରାତନ ସରକାରୀ ଉଚ୍ଚ ବିଦ୍ୟାଳୟ କ୍ଷେତ୍ରରେ । ସୂଚନା ମୁତାବକ ଉକ୍ତ ବିଦ୍ୟାଳୟ ଟି ୧୯୬୯ ମସିହାରେ ସ୍ଥାପିତ ହୋଇଥିବା ବେଳେ ବର୍ତ୍ତମାନ ବିଦ୍ୟାଳୟରେ ୬୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ସେଥି ମଧ୍ୟରୁ ବିଦ୍ୟାଳୟରେ ୧୦୦ ସଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ରହିଥିବା ସହ ୪୦ ସଯ୍ୟା ବିଶିଷ୍ଟ ଛାତ୍ର ନିବାସ ମଧ୍ୟ ରହିଛି । ଯେଉଁଥିପାଇଁ କି ଉକ୍ତ ବିଦ୍ୟାଳୟରେ ମୋଟ ୧୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ରହିଥିବା ବେଳେ ସେଥି ମଧ୍ୟରୁ ୧୧ ଜଣ ହାଇସ୍କୁଲ ସ୍ତରର ଶିକ୍ଷକ ଶିକ୍ଷୟିତ୍ରୀ ରହିଥିବା ସହ ଅବଶିଷ୍ଟ ୦୭ ଜଣ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ରହିଛନ୍ତି । ଏହିପରି କି ବିଦ୍ୟାଳୟ ଟି ବ୍ଲକର ଏକମାତ୍ର ନୋଡାଲ୍ ହାଇସ୍କୁଲ ହୋଇଥିବା ବେଳେ ଉକ୍ତ ହାଇସ୍କୁଲ ରେ ଯେଉଁଟା କି ଗୁରୁତ୍ତ୍ୱପୂର୍ଣ୍ଣ ପଦବୀ ତାହା ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡି ରହିଛି । ଖାଲି ପଡି ରହିଥିବା ପ୍ରଧାନ ଶିକ୍ଷକ ପଦବୀ କୁ କିପରି ପୁରଣ କରା ଯାଇ ପାରିବ ସେ ଚିନ୍ତା ନକରି ଜଣେ ବ୍ଲକ ଶିକ୍ଷା ଅଧିକାରୀ ତଥା କ୍ଲାସ୍ ଟୁ ହୋଇ ଗୋଟିଏ ସିନିୟର ଏସ ଏସ ଇ ଏସ ପଦବୀ ସ୍ତରର ପ୍ରଧାନ ଶିକ୍ଷକ ଦାଇତ୍ଵ ନେଇ ଦାଇତ୍ଵ ତୁଲାଇବା କି ଉଦେଶ୍ୟ ବୋଲି ଅଭିଭାବକ ଙ୍କ ମଧ୍ୟରେ ପ୍ରଶ୍ନ ଉଠୁଥିବା ବେଳେ ସେପଟେ ବିଗତ ସରକାର ଙ୍କ ସମୟରେ ୦୫ଟି ନାମରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦାନ କରା ଯାଇଥିବା ୟୁନିଫର୍ମ କୁ ବର୍ତ୍ତମାନ ର ନୂତନ ସରକାର ବଦଳାଇବା କୁ ଚିନ୍ତା କରିବା ପାଇଁ ତର୍ଜମା କରୁଥିବା ବେଳେ ନୂତନ ସରକାରଙ୍କ ପକ୍ଷରୁ ଛାତ୍ରଛାତ୍ରୀ ଙ୍କୁ ଡ୍ରେସ୍ ବ ୟୁନିଫର୍ମ ପ୍ରଦାନ କରିବା କୁ ନିର୍ଦ୍ଦେଶ ଜାରି ହୋଇ ନଥିବା ପୁର୍ବରୁ ତରବରିଆ ଭାବେ ଉକ୍ତ ବିଦ୍ୟାଳୟ ଯଥା ହାଇସ୍କୁଲ ର ଛାତ୍ରଛାତ୍ରୀ ଙ୍କୁ ଡ୍ରେସ୍
ବା ୟୁନିଫର୍ମ ବଣ୍ଟନ କରିବା ଏହା କି ଉଦେଶ୍ୟ ବୋଲି କିଛି ଅଭିଭାବକ ଙ୍କ ମଧ୍ୟରେ ଆଲୋଚନା ହେଉଥିବା ବେଳେ ବିଦ୍ୟାଳୟରେ କିଛି ଶିକ୍ଷକ ଏବଂ ବ୍ଲକ ଶିକ୍ଷା ଅଧିକାରୀ ଙ୍କ ସହ ହାତ ମିଶାଇ ବିଦ୍ୟାଳୟରେ ସ୍ଥାଇ ପ୍ରଧାନ ଶିକ୍ଷକ ନିଯୁକ୍ତି ହେବା ପୂର୍ବରୁ ସରକାରଙ୍କ ପକ୍ଷରୁ ଛାତ୍ରଛାତ୍ରୀ ଙ୍କ ପାଇଁ ଆସୁଥିବା ବିଭିନ୍ନ ଅନୁଦାନ କୁ ବାଟବଣା କରିବା ଇଏ ହେଉଛି ଏକ ପ୍ରକାର ପ୍ରୟାସ ବୋଲି ଅଭିଯୋଗ ଉଠାଇଛନ୍ତି । ଏହିପରି ସ୍ଥିତିରେ ଉକ୍ତ ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ଏକ ପ୍ରକାର ଅନିଶ୍ଚିତା ଭିତରେ ରହିଥିବା ବେଳେ ତୁରନ୍ତ
ଏଥି ପ୍ରତି ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ଉଚିତ ପଦକ୍ଷେପ ନେଇ ବିଦ୍ୟାଳୟ କୁ ବିଭିନ୍ନ ସମୟରେ ଆସିଥିବା ସରକାରୀ ଅନୁଦାନ ସମ୍ପର୍କରେ ସରକାରୀ ଅଡିଟ୍ ହେବା ଆବଶ୍ୟକ ବୋଲି ବିଦ୍ୟାଳୟ ର ପୂରାତନ
ଛାତ୍ରଛାତ୍ରୀ ବା ଆଲୁମୁନି ଦାବି କରିଛନ୍ତି । ଏଠାରେ ସୂଚନା ଥାଉକି ଉକ୍ତ ବିଦ୍ୟାଳୟରେ ରହିଥିବା ୧୧ ଜଣ ହାଇସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ମଧ୍ୟରୁ ଚଳିତ ମାସରେ ଗୋଟିଏ ଶିକ୍ଷକ ଅବସର ଗ୍ରହଣ କରିବା ରହିଥିବା ଜଣାପଡ଼ିଛି । ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି କୁ ଯୋଗାଯୋଗ କରାଯିବା ରୁ ଉକ୍ତ ସମସ୍ୟା ଉପରେ ତୁରନ୍ତ ଦୃଷ୍ଟି ଦେଇ ଯଥାସମ୍ଭବ ସମସ୍ୟା ର ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ