Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସାରା ରାଜ୍ୟକୁ ଛୁଇଁଲା ମୌସୁମୀ, ୨୬ରୁ ପ୍ରବଳ ବର୍ଷା

ଭୁବନେଶ୍ବର: ଶୀଘ୍ର ଆସିଲା, ହେଲେ ବାଟରେ ଅଟକିଲା । ଗ୍ରୀଷ୍ମ ପ୍ରଭାବରେ ସାରା ଓଡ଼ିଶା ହହଳ ବିକଳ ହେଉଥିବା ବେଳେ ମୌସୁମୀର ଏହି ଅମାନିଆ ରୂପ ବୋଝ ଉପରେ ହୋଇଥିଲା ଲଳିତା ବିଡ଼ା ପରି । ତେବେ ପୁଣି ଟ୍ରାକକୁ ଫେରିଛି ମୌସୁମୀ । ଏବେ ସାରା ଓଡ଼ିଶାକୁ ଛୁଇଁ ସାରିଛି । ପୂର୍ବରୁ ୨୪ ଜିଲ୍ଲାକୁ ଛୁଇଁଥିବା ବେଳେ ବାକି ୬ ଜିଲ୍ଲାରେ ମଧ୍ୟ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି । ମୌସୁମୀ ପ୍ରଭାବରେ ୨୬ ତାରିଖରୁ ବର୍ଷାର ପରିମାଣ ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି । ଆସନ୍ତାକାଲି ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା ଜିଲ୍ଲାରେ ବର୍ଷା ହୋଇପାରେ । ୨୬ ତାରିଖରେ ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୨୭ ତାରିଖରେ ମଧ୍ୟ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

More Stories