ସୋରଡ଼ା ବିଧାୟକ ନୀଳମଣି ଙ୍କୁ ବଡବୋରସିଂ ନିବେକାନନ୍ଦ ଶିଶୁଶିକ୍ଷା ପ୍ରତିଷ୍ଠାନରେ ବିପୁଳ ସମ୍ବର୍ଦ୍ଧନା


ବେଲଗୁଣ୍ଠା, 25/06, ନବ ନିର୍ବାଚିତ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀଙ୍କୁ ଆଜି ବେଲଗୁଣ୍ଠା ବ୍ଳକ୍ ବଡ଼ବୋର୍ସିଂ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି I ବିଧାୟକ ରୂପେ ନିର୍ବାଚିତ ହେବା ପରେ ଆଜି ବିଧାୟକ ଶ୍ରୀ ବିଷୋୟୀ ନିଜର ବିଜୟ ଶୋଭାଯାତ୍ରା ଆରମ୍ଭ କରିଥିଲେ I ଏହି ପ୍ରରିପ୍ରେକ୍ଷୀରେ ଆଜି ବଡ଼ବୋର୍ସିଂ ସ୍ଥିତ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନର ସମ୍ପାଦକ ସୀମାଞ୍ଚଳ ପୃଷ୍ଟିଙ୍କ ସଂଯୋଜନାରେ ପ୍ରଧାନ ଆଚାର୍ଯ୍ୟ ଅପୂର୍ବ ଭୋଳ, ଗୁରୁଜୀ ସୁକାନ୍ତି କୁମାର ଷଡ଼ଙ୍ଗୀ, ଗୁରୁମା ଭାରତୀ ବିଷୋୟୀ, ପ୍ରତିମା ଭୋଳ, ବିରାଜିନୀ ଆରୁଖ, ଗାୟତ୍ରୀ ପ୍ରଧାନ, ସୁଜ୍ଞାନୀ ଭୂୟାଁ, ରାଜଲକ୍ଷ୍ମୀ ପ୍ରଧାନ, ସିଲିପା ନାୟକ ଏବଂ ମାନସୀ ବିଷୋଇଙ୍କ ସମେତ ଅନୁଷ୍ଠାନର ଛାତ୍ରଛାତ୍ରୀ ଏବଂ କର୍ମଚାରୀ ବିଧାୟକ ଶ୍ରୀ ବିଷୋୟୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ I