Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରପାଲିରେ ବନ୍ଦ ଡାକରାର ଅଭୂତପୂର୍ଣ୍ଣ ସଫଳତା

ବରପାଲି: ପଶ୍ଚିମପ୍ରାନ୍ତିୟ ବିଶ୍ବ ହିନ୍ଦୁ ପରିଷଦ ବନ୍ଦ ଡାକରାର ପ୍ରତିଫଳନ ବରପାଲି ଅଚଂଳରେ ଅଭୂତପୂର୍ଣ୍ଣ ଭାବେ ସଫଳତା ଆଣିଥିବା ଦେଖିବାକୁ ମିଳିଥିଲା। ବରଗଡ ଜିଲ୍ଲା ବିଶ୍ବ ହିନ୍ଦୁ ପରିଷଦ ଉପସଭାପତି ନାରାୟଣ ପଣ୍ତାଙ୍କ ସମେତ ପରିଷଦ କାର୍ଯ୍ୟକର୍ତ୍ତା ଓ କର୍ମୀମାନେ ସ୍ଥାନୀୟ ମାହାତ୍ମାଗାନ୍ଧୀ ଛକ ନିକଟରେ ଶାନ୍ତିପୁର୍ଣ୍ଣ ଭାବରେ ଧାରଣାରେ ବସି ବିକ୍ଷୋଭ ପଦର୍ଶନ କରିଥିଲେ। ପରେ ଏକ ବାଇକ ଶୋଭାଯାତ୍ରାରେ ବାହାରି ଜୟଶ୍ରୀରାମ ନାରାବାଜୀ ମାଧ୍ୟମରେ ନଗର ପରିକ୍ରମା କରିଥିଲେ। ବନ୍ଦର ପ୍ରଭାବରେ ସରକାରୀ ତଥା ବେସରକାରୀ ଅନୁଷ୍ଠାନ ସହ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ,ନିତିଦିନିଆ ବଜାର ସହ ସ୍କୁଲ କଲେଜ,ତାଲିମକେନ୍ଦ୍ର,ବସ ସେବା,ଘରୋଇ ଯାନବାହାନ ଯାତାୟତ ବନ୍ଦ ରହିଥିଲା। ଧାରଣାରେ ସ୍ଥାନୀୟ ବଜରଙ୍ଗଦଳ ସଂଯୋଜକ ଅଶୋକ ସାହୁ,ମନୋଜ ସାହୁ,ଲଲିତ ଦାଶ, କେଦାର ମେହେର,ଅଶୋକ ପାତ୍ର, ପ୍ରବିଣ ରାଉତ,ଅନିଲ ଅଗ୍ରୱାଲାଙ୍କ ସମେତ ବିଭିନ୍ନ ସଂସ୍ଥା ତଥା ସଂଘର କର୍ମକର୍ତ୍ତା ଏବଂ ସଦସ୍ୟ ମାନେ ଧାରଣା ସ୍ଥଳରେ ସମର୍ଥନ ଜଣାଇ ସାମିଲ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ