Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଭିଜିଲାନ୍ସ ଜାଲରେ ଗାଙ୍ଗପୁର ଆର ଆଇ ପ୍ରଦୀପ ଗୌଡ଼,7000 ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ,

ବେଲଗୁଣ୍ଠା, 25/06, ଆଜି ଜନୈକ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ଗ୍ରହଣ କରୁ୍ଥିବା ବେଳେ ଭିଜିଲାନ୍ସ୍ ଟିମ୍ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି ବେଲଗୁଣ୍ଠା ତହସିଲ୍ ଅନ୍ତର୍ଗତ ଗାଙ୍ଗପୁର ରଜସ୍ଵ ନୀରିକ୍ଷକ ପ୍ରଦୀପ କୁମାର ଗୌଡ଼ I ସୁଚନା ପ୍ରକାରେ ଗାଙ୍ଗପୁର ଆର୍.ଆଇ ପ୍ରଦୀପ କୁମାର ଗୌଡ଼ ଜଣେ ବ୍ୟକ୍ତିଙ୍କ ପ୍ରପର୍ଟି ଭେଲ୍ୟୁଏସନ୍ ଏନକ୍ୱାରୀ ରିପୋର୍ଟକୁ ଦାଖଲ କରିବା ପାଇଁ ସାତ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଵ୍ରହ୍ମପୁର ଭିଜିଲାନ୍ସ୍ ନିକଟରେ ଅଭିଯୋଗ ହୋଇଥିଲା I ଏନେଇ ଆଜି ପୂର୍ବ ପ୍ରସ୍ତୁତି ମୁତାବକ ଶ୍ରୀ ଗୌଡ଼ଙ୍କ ଖେତ୍ରିୟବରପୁର କାର୍ଯ୍ୟାଳୟ ଉପରେ ଚଢ଼ାଉ କରି ତାଙ୍କ ଠାରୁ ନଗଦ ସାତ ହଜାର ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଭିଜିଲାନ୍ସ ଟିମ I ଏନେଇ ବ୍ରହ୍ମପୁର ଭିଜିଲାନ୍ସ୍ ରେ 09/24 ରେ ଏକ ମାମଲା ରୁଜୁ ହେବା ସହ ଘଟଣାର ଅଧିକ ତଦନ୍ତ ଆରମ୍ଭ ହୋଇଛି I ଭିଜିଲାନ୍ସ୍ ଟିମ୍ ପ୍ରଦୀପ ଗୌଡ଼ଙ୍କ ଭଞ୍ଜନଗର ବ୍ଳକ୍ ଜିଲୁଣ୍ଡି ସ୍ଥିତ ବାସଭବନରେ ମଧ୍ୟ ଚଢ଼ାଉ କରିଥିବା ସୂଚନା ମିଳିଛି I