Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବେଲଗୁଣ୍ଠାରେ କ୍ରୀଡାଙ୍ଗନ ତାଲିମ ଉଦଯାପିତ

ବେଲଗୁଣ୍ଠା, 26/06, ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ କ୍ରୀଡ଼ା ଶିକ୍ଷକ ମାନଙ୍କୁ ନେଇ ବେଲଗୁଣ୍ଠା ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟରେ ଗତ ସୋମବାର ଠାରୁ ଆରମ୍ଭ ହୋଇଥିବା ତିନି ଦିନିଆ କ୍ରୀଡ଼ାଙ୍ଗନ ତାଲିମ୍ ଶିବିର ଉଦଯାପିତ ହୋଇଯାଇଛି I ବ୍ଳକ୍ ର 24 ଜଣ କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ଅନୁଷ୍ଠିତ ଏହି ତାଲିମ୍ ଶିବିରରେ କ୍ରୀଡ଼ା ପ୍ରଶିକ୍ଷକ ଦୂର୍ଗା ମାଧବ ଶତପଥି ଏବଂ ବିଭୂତି ଭୂଷଣ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କ୍ରୀଡ଼ାର ବିଭିନ୍ନ କୌଶଳ ଏବଂ ଦକ୍ଷତା ବିକାଶ ଉପରେ ତାଲିମ ପ୍ରଦାନ କରିଥିଲେ I ଆଜିର ଉଦଯାପନୀ କାର୍ଯ୍ୟକ୍ରମରେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ, ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ମହାରଣା,ବେଲଗୁଣ୍ଠା ବ୍ଳକ୍ କ୍ରୀଡ଼ା ସମ୍ପାଦକ ଆଶୁତୋଷ କୁମାର ସ୍ୱାଇଁ ଅତିଥି ରୂପେ ଯୋଗଦେଇ ତାଲିମ୍ ଗ୍ରହଣ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଲିମ୍ ର ବିଷୟବସ୍ତୁକୁ କାର୍ଯ୍ୟକ୍ଷେତ୍ରରେ ବିନିଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ I ବେଲଗୁଣ୍ଠା ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ କ୍ରୀଡ଼ା ଶିକ୍ଷକ ଦୀପ୍ତ ରଞ୍ଜନ ପଣ୍ଡା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I