Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରକାରୀ ଡାକ୍ତରଖାନାରେ ନକଲି ଡାକ୍ତର, ବାନ୍ଧିଲା ପୋଲିସ

ରାଉରକେଲା: ସରକାରୀ ଡାକ୍ତରଖାନାରେ କାମ କରୁଥିଲେ ନକଳି ଡାକ୍ତର । ଚିକିତ୍ସା ନାଁରେ ରୋଗୀଙ୍କ ଜୀବନ ସହ ଚାଲିଥିଲା ଖେଳ । ଘଟଣା ରାଉରକେଲା ସରକାରୀ ଡାକ୍ତରଖାନାରେ । ସୂଚନା ମିଳିବା ପରେ ନକଲି ଡାକ୍ତରଙ୍କୁ ଗିରଫ କଲା ପୋଲିସ । ଅଭିଯୁକ୍ତ ଜଣଙ୍କ ହେଲେ ପଦ୍ମନାଭ କାରୁଆ । ଡାକ୍ତର ରମେଶ ଚନ୍ଦ୍ର ଝାର ପରିଚୟ ଦେଇ ସେ ରାଉରକେଲା ସରକାରୀ ଡାକ୍ତରଖାନାରେ ଚାକିରି କରୁଥିଲେ । ଗତ ଡିସେମ୍ବରରୁ ଏକ ଏଜେନ୍ସି ଜରିଆରେ ସେ ଚାକିରି କରିଥିବା ଜଣାପଡ଼ିଛି ।
ଡାକ୍ତରର ପରିଚୟ ଦେଇ ସେ ଏକ ଫାଇନାନ୍ସ ସଂସ୍ଥାରୁ ୧୬ ଲକ୍ଷ ଟଙ୍କା ଋଣ ନେଇଥିଲା । ଫାଇନାନ୍ସ କମ୍ପାନୀ ଖୋଳତାଡ଼ କରିବା ବେଳେ ସଂପୃକ୍ତ ବ୍ଯକ୍ତି ନକଲି କାଗଜପତ୍ର ଦେଇଥିବା ଜଣାପଡ଼ିଥିଲା । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି ।
ପୂର୍ବରୁ ମଧ୍ଯ ଅନ୍ଯ ଏକ ଜାଗାରେ ଡାକ୍ତରର ପରିଚୟ ଦେଇ ଚାକିରି କରୁଥିଲା ଅଭିଯୁକ୍ତ । ଏନେଇ ଅଭିଯୋଗ ପରେ ଗିରଫ ମଧ୍ଯ ହୋଇଥିଲା । ଅଭିଯୁକ୍ତ ନକଲି ଡାକ୍ତରୀ ସାର୍ଟିଫିକେଟ କେଉଁଠୁ ଆଣିଲା ଓ କିପରି ଚାକିରି କଲା ସେ ନେଇ ତଦନ୍ତ କରାଯାଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ