Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଧାନ ବିହନରୁ ବାହାରୁନି ଗଜା, ଦୋକାନିକୁ ବିହନ ଫେରାଇଲେ ଚାଷୀ

ବେଲଗୁଣ୍ଠା, 29/06, ବେଲଗୁଣ୍ଠା ବ୍ଳକ୍ ଗୋବରା ଅଞ୍ଚଳରେ ଏକ ନିର୍ଦ୍ଦିଷ୍ଟ ଧାନ ବିହନରୁ ଦୀର୍ଘ ପନ୍ଦର ଦିନ ପରେ ମଧ୍ୟ ଗଜା ନବାହାରିବା ପରେ ବିହନ ଦୋକାନୀକୁ ଚାଷୀ ବଳକା ଧାନ ବିହନ ଫେରାଇ ଦେଇଥିବା ଦେଖିବାକୁ ମିଳିଛି I ସୂଚନା ପ୍ରକାରେ ଗୋବରା ବାସୁଦେବପୁରର କାର୍ତ୍ତିକେଶ୍ୱର ସାହୁ, ଗୌରହରି ସାହୁ, ଗୋବରାର ରାମଚନ୍ଦ୍ର ଗୌଡ଼ଙ୍କ ସମେତ ବହୁ ଚାଷୀ ବେଲଗୁଣ୍ଠା ଜଗନ୍ନାଥପ୍ରସାଦ ରୋଡ଼୍ ରେ ଥିବା ଜୟ କିସାନ୍ ବିହନ ଦୋକାନରୁ ନୀଜୂବୁଡ଼ି କମ୍ପାନିର କନକ ପ୍ଲସ୍ ଧାନ ବିହନ ଆଣିଥିଲେ I କାର୍ତ୍ତିକେଶ୍ୱର ଏବଂ ଗୌରହରି ଜମିରେ ଧାନ ବିହନ ବୁଣିବାର ପନ୍ଦର ଦିନ ପରେ ମଧ୍ୟ ସେଥିରୁ ଗଜା ବାହାରିନଥିଲା I ଏହା ଦେଖି ରାମଚନ୍ଦ୍ରଙ୍କ ସମେତ ଆଉ କିଛି ଚାଷୀ ଧାନ ନବୁଣି ବିହନ ଦୋକାନୀକୁ ଫେରାଇ ଦେଇଥିଲେ I ଦୋକାନୀ କ୍ଷତି ପୂରଣ ବାବଦକୁ ବିହନ ବୁଣି ସାରିଥିବା ଚାଷୀଙ୍କୁ ପଚାଶ ପ୍ରତିଶତ ନୂତନ କିସମର ବିହନ ଦେଇଥିବା ବେଳେ ବିହନ ବୁଣି ନଥିବା ଚାଷୀଙ୍କୁ ଫେରାଇଥିବା ପରିମାଣରେ ନୂତନ କିସମର ବିହନ ଦେଇଥିବା ସୂଚନା ମିଳିଛି I