Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୪ ଦିନିଆ ନ୍ୟାୟିକ ହେପାଜତରେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ:ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଝଟକା ଲାଗିଛି ।ଗତକାଲି ଦିଲ୍ଳୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି ରାଉଜ ଆଭେନ୍ୟୁ କୋର୍ଟ।ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା କେଜ୍ରିୱାଲଙ୍କୁ ଗତ ୨୬ ଜୁନରେ ତିହାର ଜେଲରେ ଗିରଫ କରିଥିଲା ସିବିଆଇ । ୩ ଦିନିଆ ରିମାଣ୍ଡ ସରିବା ପରେ ତାଙ୍କୁ ଆଜି କୋର୍ଟରେ ହାଜର କରିଥିଲା । କୋର୍ଟ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି ।
ଦିଲ୍ଲୀ ଅବକାରୀ ନୀତି ମାମଲା ସହିତ ଜଡିତ କଥିତ ଅର୍ଥ ହେରଫେର ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମାମଲାରୁ ତଦନ୍ତ କରୁଛି ସିବିଆଇ । ଆଜି କୋର୍ଟରେ ମାମଲାର ଶୁଣାଣି ଚାଲିଥିବା ବେଳେ କେଜ୍ରିୱାଲଙ୍କୁ ନ୍ୟାୟିକ ହେପାଜତକୁ ପଠାଇବା ପାଇଁ ଅନୁରୋଧ କରିଥିଲା ସିବିଆଇ । ଜଷ୍ଟିସ ସୁନୈନା ଶର୍ମା ସିବିଆଇର ଅନୁରୋଧ ରକ୍ଷା କରି ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତଙ୍କୁ ପଠାଇଛନ୍ତି ।ଏନେଇ ଆଇନଜୀବୀ ଋଷିକେଷ କୁମାର କହିଛନ୍ତି, ‘୧୨ ଜୁଲାଇରେ ଅରବିନ୍ଦ କେଜ୍ରିୱାଲଙ୍କୁ କୋର୍ଟରେ ହାଜର କରାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ